କାଶୀପୁର ; (ଅଞ୍ଜନ କୁମାର ନାଏକ)ରାୟଗଡା ବନଖଣ୍ଡ ଅନ୍ତର୍ଗତ ଟିକିରି ବନାଞ୍ଚଳ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ପକ୍ଷରୁ ମାଙ୍ଗାନିଜ ବୋଝେଇ ଟ୍ରକ ଜବତ କରିଥିବାବେଳେ କାରବାର ରେ ସମ୍ପୃକ୍ତ ଦୁଇ ଜଣଙ୍କୁ ଅଟକ ରଖି ତଦନ୍ତ ଜରିରଖିଥିବା ଜଣାପଡ଼ିଛି।ଘଟଣା ରେ ସମ୍ପୃକ୍ତ ଅଟକ ଦୁଇ ଜଣ ଆନ୍ଧ୍ରପ୍ରଦେଶ ରାଜ୍ୟର ବିଜୟନଗରମ ଜିଲ୍ଲା ର ଭି, ଭେଙ୍କେଟେଶ୍ୱର ରାଓ ଏବଂ ଏ. ତରୁଣ କୁମାର ବୋଲି ଜଣାପଡିଛି । କାରବାର ହେଉଥିବା ନେଇ କୌଣସି ପ୍ରକାର ବିଭାଗ ଖବର ପାଇ ମଙ୍ଗଳବାର ବିଳମ୍ବିତ ରାତିରେ ଲେଳିଗୁମା ସଂଗ୍ରକ୍ଷିତ ଜଙ୍ଗଲ ମଧ୍ୟରେ ଛପି ରହି ଥିଲେ ।

ନିତିଦିନିଆ ଚୋରା ବ୍ୟାପାର ଯୋଗୁଁ ନିର୍ଭୟ ରେ କାଲି ଉକ୍ତ ଟ୍ରକ ଟି ପୂର୍ବରୁ ପ୍ରସ୍ତୁତ କରି ଗଛିତ ରଖି ଥିବା ମାଙ୍ଗନିଜ ସବୁ ଲଡ଼ କରି ବାହାରିବା ବେଳକୁ ଟିକିରି ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା । ଘଟଣାରେ ମାଙ୍ଗନିଜ ଲୋଡ଼ ଥିବା ଏକ ଟ୍ରକ ଉଦ୍ଧାର କରିବା ସହ ଏଥିରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତ ଙ୍କୁ ଗିରଫ କରି ଟିକିରି ବନ ବିଭାଗ ଅଟକ ରଖିଥିବା ବେଳେ ଜବତ ଟ୍ରକ କୁ ଶଙ୍କରଡ଼ା ବନବିଭାଗ କାର୍ଯ୍ୟାଳୟ ପରିସରରେ ରଖାଯାଇଛି ।

ପ୍ରକାଶ ଥାଉକି ଟିକିରି ବନାଞ୍ଚଳ ଅଧୀନ ଲେଳିଗୁମା ରେଞ୍ଜ ଦୀର୍ଘ ବର୍ଷ ଧରି ବେଆଇନ ମାଙ୍ଗନିଜ ଚାଲାଣ ର ଚରାଭୁଇଁ ପଲେଟିଛି । କାଁ ଭାଁ କାର୍ଯନୁଷ୍ଠାନ କୁ ଛାଡିଦେଲେ ବିଭାଗ ର ତତ୍ପରତା ଦେଖା ଯାଉନାହିଁ । ପ୍ରାୟ ସମୟରେ ଗଣମାଧ୍ୟମ ଦ୍ୱାରା ବାରମ୍ବାର ପ୍ରକାଶ ପାଉଥିଲେ ମଧ୍ଯ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ପ୍ରଶାସନ ପକ୍ଷରୁ ହେଇପାରୁନାହିଁ ।ବିଭାଗୀୟ ଉଦାସୀନତା ହେତୁ ସଂଗ୍ରକ୍ଷିତ ଜଙ୍ଗଲ ଏବେ ପଦାହେଇଗଲାଣି । ସେହିପରି ସଂଗ୍ରକ୍ଷିତ ଜଙ୍ଗଲ ଗଛିତ ବହୁମୂଲ୍ୟ ମଙ୍ଗନିଜ ଖଣି ମଧ୍ୟ ରସିଯିବା କୁ ବସିଲାଣି । ତୁରନ୍ତ ସରକାର ହସ୍ତକ୍ଷେପ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଅଞ୍ଚଳ ର ବୁଦ୍ଧିଜୀବୀ ମହଲରେ ଦାବିହେଉଛି ।