ନବରଙ୍ଗପୁର; (ବେଣୁ ଗୋପାଳ ରାଓ)ଆନ୍ଧ୍ରରେ ନିର୍ଯ୍ୟାତନା ପାଉଥିବା ୨୦ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ରଦ୍ଧାର ହୋଇଥିବା ୨୦ ଜଣ ଶ୍ରମିକଙ୍କ ମଧ୍ୟରୁ ୧୪ ଜଣ ଝରିଗାଁ, ୨ଜଣ ଚନ୍ଦାହାଣ୍ଡି, ୩ ଜଣ ତେନ୍ତୁ ଗୁଳି ଓ ଜଣେ କୋରାପୁଟ ଜିଲା ଦଶମନ୍ତପୁର ବ୍ଳନର ବୋଲି ସୂଚନା ମିଳିଛି। ତେବେ ସେଠାରେ ଆହୁରି ୧୧ ଜଣ ଶ୍ରମିକ ରହିଯାଇଥିବା ଜଣାପଡ଼ିଛି। କୋରାପୁଟ ଜିଲା ଦଶମନ୍ତପୁର ଗୁଳର ୬ ଓ ଝରିଗାଁ ବ୍ଳକର ୫ ଜଣ ବୋଲି ଉଦ୍ଧାର ହୋଇଥିବା ଶ୍ରମିକମାନେ କରିଛନ୍ତି ।ଖାଇବା ଓ ରହିବା ସହ ଦୈନିକ ୫ଶହ ଟଙ୍କା ପାରିଶ୍ରମିକ ପ୍ରତିଶ୍ରୁତି ଦେଇଥିଲେ ନିଙ୍ଗୁଡି ଘେରା କରିଥିବା ମାଲିଜ। କିନ୍ତୁ ସେଠାରେ ଶ୍ରମିକମାନଙ୍କୁ ନିର୍ଯ୍ୟାତନା ଦେବା ସହ ପାରିଶ୍ରମିକ ଦେଉନଥିଲେ।

ଏନେଇ ଶ୍ରମିକମାନେ ଓଡିଶା ନିର୍ମାଣ ଶ୍ରମିକ ସଙ୍ଗଠନ ଜିଲା ସମ୍ପାଦକ ରାଜେଶ କାନୀ ଓ ସରିଗାଁ ବ୍ଳକ ଉଇଁସିବନ୍ଧା ଗାଁଜ ଲଗ ସନ୍ତାନକୁ ଜଣାଇଥିଲେ । ଶ୍ରମିକଙ୍କ ପରିବାର ସହିତ ରାଜେଶ ଓ ରଗ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ୮ ଓ ୯ ତାରିଖରେ ୨୦ ଜଣ ଶ୍ରମିକଙ୍କ ନାମ ଓ ଠିକଣା ଜଣାଇଥିଲେ। ଜିଲା ଶ୍ରମ ଅଧିକାରୀ ଛୋଟରାୟ ଟୁଡୁ ଅଭିଯୋଗକୁ ନେଇ ଜିଲାପାଳ ଓ ଏସ୍‌ପିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏ ନେଇ ଆନ୍ଧ୍ରପ୍ରଦେଶର ଇଗ୍ନ ଗୋଦାବରୀ ଜିଲାପାଳଙ୍କୁ ଚିଠି କରାଯାଇଥିଲା। ଶ୍ରମିକମାନଙ୍କୁ ସୁରକ୍ଷିତ ଉଦ୍ଧାର କରି ପଠାଇବା ପାଇଁ ଜଣାଇଥିଲେ। ଇଷ୍ଟ ଗୋଦାବରୀ ଜିଲ୍ଲା ପେଦାପୁଚି ଗାଁରୁ ସେଠାକାର ପ୍ରଶାସନ ୨୦ ଜଣ ଶ୍ରମିକଙ୍କୁ ଉଦ୍ଧାର କରି ନବରଙ୍ଗପୁର ପଠାଇଛନ୍ତି। ନବରଙ୍ଗପୁର ପହଞ୍ଚିବା ପରେ ଶ୍ରମିକମାନେ

ସେମାନେ ପ୍ରାପ୍ୟ ପାଇ ନ ଥିବା ସମ୍ପର୍କରେ ଜିଲା ଶ୍ରମଙ୍କୁ ଲିଖିତ ଭାବେ ଜଣାଇଛନ୍ତି । ଉଦ୍ଧାର କରାଯିବା ସମୟରେ କାହାକୁ ୯ ହଜାର ଓ ୧୨ ଏଭଳି କିଛି ଟଙ୍କା ମାଲିକ ଦେଇଛନ୍ତି। ସେଠାରେ ଦେହ ଖରାପ ହେଲେ ଔଷଧ ଦିଆ ଯାଇ ନ ଥିଲା। ସନ୍ଧ୍ୟାରେ ଗୋଟିଏ ଘରେ ତାଲା ପକାଇ ଦିଆଯାଇଥିଲା । ପରିବାର ଲୋକଙ୍କ ସହ ମଧ୍ୟ କଥା ହେବାକୁ ଦିଆଯାଇ ନ ଥିଲା । ଗୋଟିଏ ଦିନ ମଧ୍ୟ ଛୁଟି ନ ଦିଆଯିବା ସନ୍ଥ ମାଡ଼ ମରାଯାଇଥିଲା। ୮ ଘଣ୍ଟା ପରିବର୍ତ୍ତେ ୧୨ ଘଣ୍ଟା କାମ କରାଯାଉଥୁଲା ବୋଲି ତେନ୍ତୁଳିଖୁଣ୍ଟି ଗୁଡ ମିରିକାନିଗୁଡା ଗାଁର ପଦଲାମ ପତ୍ର କହିଛନ୍ତି। ତେବେ ଶ୍ରମର ବଳେୟା ଅର୍ଥ ଯେଉଁ ମାନେ ପାଇଁ ନାହାନ୍ତି ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲା ଶ୍ରମଧୁକାରୀ ଛୋଟରାୟ ଗୁଡୁ କରିଛନ୍ତି।