ବୌଦ୍ଧ – ( ଚିତ୍ତରଞ୍ଜନ ସିଂହ )ଦେବଗଡ଼ ଗ୍ରାମ ନିକଟ ରାସ୍ତାରୁ ରବିବାର ଦିନ ଏକ କାର ଓ ଗଞ୍ଜେଇ ସହ ଜଣେ ପୋଲିସ ଯବାନ ଗିରଫ ହୋଇଛନ୍ତି l ଖାକୀରେ ଲଗାଇଲେ କଳଙ୍କ l ଜଣେ ପୋଲିସ ର DVF ଯବାନ ନିଜେ ଏକ କାର ଯୋଗେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ଧରା ପଡିଛନ୍ତି l ଗିରଫ ହୋଇଥିବା ଯବାନ ଜଣକ ହେଲେ ବୌଦ୍ଧ ପୋଲିସ ର DVF ଯବାନ ଡିଙ୍ଗର ମାଝୀ l

ସୂଚନା ପ୍ରକାରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବୌଦ୍ଧ ପୋଲିସ , ଅବକାରୀ ବିଭଗ ଓ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଗଠିତ ଏକ ମିଳିତ ଟିମ ଲାଣ୍ଡିବନ୍ଧ ଗ୍ରାମ ନିକଟରେ ଜଗି ରହିଥିଲେ l

ମିଳିତ ଟିମ ଯବାନ ଡିଙ୍ଗର ମାଝୀ ଙ୍କ କାର ନମ୍ବର OR 02 BY 2033 କୁ ପିଛା କରି ଦେବଗଡ଼ ଗ୍ରାମ ନିକଟ ରାସ୍ତାରୁ ଧରିଥିଲେ l କାର ତଲାସୀ କରିବାରେ ସେଥିରୁ୫୮  କେଜି ୩୦୦  ଗ୍ରାମ ଗଞ୍ଜାଇ ବାହାରିଥିଲା l କାର ଓ ଗଞ୍ଜାଇ ଜବତ କରାଯିବା ସହ DVF ଯବାନ ଡିଙ୍ଗର ମାଝୀଙ୍କୁ ଗିରଫ କରାଯାଇଛି l ଅବକାରୀ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ କରାଯାଉଛି l