ବୌଦ୍ଧ(ଚିତ୍ତରଞ୍ଜନସିଂ)ଆଗାମୀ ୨୦୨୪ ସାଧାରଣ ନିର୍ବାଚନ କୁ ନେଇ ହରଭଙ୍ଗା ବ୍ଲକ ର ପ୍ରମୁଖ ସ୍ଥାନରେ ପୋଲିସ ପ୍ରଶାସନ ପକ୍ଷରୁ ଫ୍ଲାଗ ମାର୍ଚ୍ଚ କାର୍ଯ୍ୟକ୍ରମ ହୋଇଯାଇଛି।

ଉକ୍ତ କାର୍ଯ୍ୟକ୍ରମ ହରଭଙ୍ଗା ଥାନାଅଧିକାରୀ ନଳିନୀ କାନ୍ତ ଦାସ ଙ୍କ ନେତୃତ୍ୱ ରେ ହରଭଙ୍ଗା ବ୍ଲକ ର ମାଓଅଧୁଷିତ ଭାବେ ଜଣାଶୁଣା ତଳଗାଁ, ମହାଳିକପଡା ପଞ୍ଚାୟତ ର ତଳଗାଁ, ବଡଭୁର୍ତ୍ତା,ଖଳିସାହି, ପତକl ବାଲି, କରଡ଼ାକୋଠା, ମହାଳିକପଡା, ଯାବର, ସାତଖଣ୍ଡ, କୁଟୀବାରୀ, ହିଜଳ, ଧାଡିଆମ୍ବ, ପୈଧାଭୂଇ ଭଳି ଜନଗହଳିପୂର୍ଣ୍ଣ ପ୍ରମୁଖ ସ୍ଥାନ ଗୁଡ଼ିକରେ ଜନସାଧାରଣ ଙ୍କୁ ନିର୍ବାଚନ ନେଇ ସଚେତନ ବାର୍ତା ଦେବା ସହ ଫ୍ଲାଗ ମାର୍ଚ୍ଚ କରିଥିଲେ।

ନିର୍ବାଚନ ସମୟରେ କିପରି ଶାନ୍ତି ଶୃଙ୍ଖଳା ର ସହିତ ନିରପେକ୍ଷ ଭାବେ ନିର୍ଭୟ ରେ ଶାନ୍ତି ଶୃଙ୍ଖଳା ର ସହ ସମସ୍ତେ ମତଦାନ କରିବେ ସେ ନେଇ ମଧ୍ୟ ଲୋକଙ୍କୁ ସଚେତନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ପୁହରଭଙ୍ଗା ଥାନା ଅଧିକାରୀ ନଳିନୀ କାନ୍ତ ଦାସ ,ଦୁଇ ସେକ୍ସନ ଆଇଆରବି, ଏକ ପ୍ଲାଟୁନ ବିଏସଏଫ ଯବାନ ଓ ପୋଲିସ କର୍ମଚାରୀ ସାମିଲ ଥିଲେ। ଜ଼ିଲ୍ଲା ପ୍ରତିନିଧି କୁନା ବେହେରାଙ୍କ ରିପୋର୍ଟ କଳିଙ୍ଗ ଫୋକସ l