ଭୁବନେଶ୍ୱର: ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତଙ୍କ ଦେହାନ୍ତ ହୋଇଛି।ଚିକିତ୍ସାଧିନ ଅବସ୍ଥାରେ ସକାଳ ପ୍ରାୟ ସାଢେ ୫ଟା ସୁଦ୍ଧା ତାଙ୍କ ଦେହାନ୍ତ ନେଇ ସୂଚନା ଦେଇଛନ୍ତି ପୁଅ ସମ୍ବିତ ରାଉତରାୟ । ଓଡ଼ିଶା ରାଜନୀତି ଇତିହାସରେ ଜଣେ ମହାଦ୍ରୁମ ଥିଲେ ଦାମ ରାଉତ । ୧୯୭୭ ମସିହାରେ ପ୍ରଥମ ଥର ଜନତା ଦଳ ଟିକେଟରେ ନିର୍ବାଚିତ ହୋଇଥିଲେ । ୫ ଥର ଏରସମା ଓ ୨ ଥର ପାରାଦୀପରୁ ନିର୍ବାଚିତ ହୋଇଥିଲେ ଦାମୋଦର ରାଉତ । କୃଷି, ସ୍ବାସ୍ଥ୍ୟ ସହ ୭ରୁ ଅଧିକ ଗୁରୁତ୍ବପୂର୍ଣ୍ଣ ବିଭାଗରେ ମନ୍ତ୍ରୀ ରହିଥିଲେ ।