ବେଲଗୁଣ୍ଠା (ସୁଶାନ୍ତ କୁମାର ବେହେରା )ନିଖିଳ ଉକ୍ତଳ ଆଳିଆ ସମାଜ ନେଟଙ୍ଗା ମଣ୍ଡଳ ଆଗାମୀ ଚାରି ବର୍ଷ ପାଇଁ ନୂତନ କର୍ମକର୍ତ୍ତା ଚୟନ ନେଟଙ୍ଗା ସ୍ଥିତ ଶ୍ରୀ ଶ୍ରୀ ରଘୁନାଥ ସ୍ୱାମୀ ମନ୍ଦିର ଠାରେ ହୋଇଥିଲା l ନିର୍ବାଚନ ଅଧିକାରୀ ରୂପେ କେନ୍ଦ୍ର ସଂଗଠନ ସମ୍ପାଦକ ମୁନା ବାରିକ, ସହ ସମ୍ପାଦକ ରାଘବ ନାହାକ, ଅଫିସ ସମ୍ପାଦକ ପିନାଙ୍କ ଶଙ୍କର ନାୟକ ଯୋଗଦେଇ ସମାଜ ସମ୍ବିଧାନ ର ନିର୍ବାଚନ ସମ୍ପ୍ରକିତ ନିୟମ ବୁଝାଇଥିଲେ l

ଉଡୁରା ସଭାପତି ଭଗବାନ ନାୟକ ପ୍ରଦୀପ ପ୍ରଜ୍ୱଳନ କରିଥିବା ବେଳେ ପ୍ରଦୀପ ସାହୁ ଶାନ୍ତି ମନ୍ତ୍ର ପାଠ କରିଥିଲେ l ସର୍ବସନମତି କ୍ରମେ କେନ୍ଦ୍ର କୁ ପ୍ରହଲ୍ଲାଦ ଲେଙ୍କା, ହରିବନ୍ଧୁ ଲେଙ୍କା, କୁଞ୍ଜ ବିହାରୀ ମହାନ୍ତି, ମଣ୍ଡଳସଭାପତି ରୂପେ ଦିବ୍ୟଲୋଚନ ବିଶ୍ୱାଳ, ସାଧାରଣ ସମ୍ପାଦକ କୃଷ୍ଣ ଚନ୍ଦ୍ର ସ୍ୱାଇଁ, ସହ ସମ୍ପାଦକ ରଙ୍କନିଧି ସ୍ୱାଇଁ, କୋଷାଧକ୍ଷ କୁନା ପରିଡା, ସଂଗଠନ ସମ୍ପାଦକ ଲକ୍ଷ୍ମଣ ପରିଡା ମନୋନୀତ ହୋଇଥିଲା l ଆଜିର କାର୍ଯ୍ୟକ୍ରମ ରେ ଜନପ୍ରତିନିଧି ସରପଞ୍ଚ ଜୟରାମ ନାୟକ, ଦୁର୍ଗାମାଧବ ନାୟକ, ଶୁକଦେବ ସ୍ୱାଇଁ, ଜିଲ୍ଲାପରିଷଦସୁଧୀର ଜେନା, ସମିତି ସଭ୍ୟ ବିଭୁ ପାଦ ଜେନା ଯୋଗ ଦେଇଥିଲେ l ନାଟଙ୍ଗା ମଣ୍ଡଳ ର 54 ଗ୍ରାମ ର ନୂତନ କର୍ମକର୍ତ୍ତା ଯୋଗଦେଇଥିଲେ l