ହରଭଙ୍ଗା : ୨୦/୦୩ (ଚିତ୍ତ ରଞ୍ଜନ ସିଂ )ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ନେଇ ହରଭଙ୍ଗା ବ୍ଲକ ର ପ୍ରମୁଖ ସ୍ଥାନରେ ପୋଲିସ ପ୍ରଶାସନ ପକ୍ଷରୁ ଫ୍ଲାଗ ମାର୍ଚ୍ଚ କାର୍ଯ୍ୟକ୍ରମ ହୋଇଯାଇଛି।

ଉକ୍ତ କାର୍ଯ୍ୟକ୍ରମ ପୁରୁଣାକଟକ ଥାନାଅଧିକାରୀ ସାରଦା ପ୍ରସାଦ ମହାନ୍ତି ଙ୍କ ନେତୃତ୍ୱ ରେ ହରଭଙ୍ଗା ବ୍ଲକ ର ମାଓଅଧୁଷିତ ଭାବେ ଜଣାଶୁଣା ଆଡ଼େନିଗଡ ପଞ୍ଚାୟତ ର କରଡ଼ାକୋଠା, ରଙ୍ଗମାଟିଆ, ଆଡ଼େନିଗାଡ, ଗୁଣ୍ଡୁରୀସାହି, ଗୋଛାବାରୀ, ଭଳି ଜନଗହଳିପୂର୍ଣ୍ଣ ପ୍ରମୁଖ ସ୍ଥାନ ଗୁଡ଼ିକରେ ଜନସାଧାରଣ ଙ୍କୁ ନିର୍ବାଚନ ନେଇ ସଚେତନ ବାର୍ତା ଦେବା ସହ ଫ୍ଲାଗ ମାର୍ଚ୍ଚ କରିଥିଲେ।

ନିର୍ବାଚନ ସମୟରେ କିପରି ଶାନ୍ତି ଶୃଙ୍ଖଳା ର ସହିତ ସମସ୍ତେ ମତଦାନ କରିବେ ସେ ନେଇ ମଧ୍ୟ ଲୋକଙ୍କୁ ସଚେତନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ପୁରୁଣାକଟକ ଥାନା ଅଧିକାରୀ ସାରଦା ପ୍ରସାଦ ମହାନ୍ତି ଙ୍କ ସହ ଆଡ଼େନିଗଡ ଫାଣ୍ଡି ଅଧିକାରୀ ବ୍ରହ୍ମ। ନନ୍ଦ ପ୍ରଧାନ,ଦୁଇ ସେକ୍ସନ ଆଇଆରବି, ଏକ ପ୍ଲାଟୁନ ବିଏସଏଫ ଯବାନ ଓ ପୋଲିସ କର୍ମଚାରୀ ସାମିଲ ଥିଲେ।