କାଶୀପୁର :  (ଅଞ୍ଜନ କୁମାର ନାଏକ)ରାୟଗଡା ଜିଲା କାଶୀପୁର ସ୍ଥିତ,ଆଗାମି ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ପରିଚାଳନା ପାଇଁ ଆଜି ରାୟଗଡା ଜିଲ୍ଲା କାଶୀପୁରଥାନା ଅଧିକାରୀ ସୂର୍ଯ୍ୟପ୍ରକାସ ନାଏକଙ୍କ ନେତୃତରେ ଫ୍ଲାଗ ମାର୍ଚ୍ଚ କରାଯାଇଛି।

ଏହି ଫ୍ଲାଗ ମାର୍ଚ୍ଚ ରେ କାଶୀପୁର ଥାନାଅଧିକାରିଙ୍କ ସହ ,ଏସଆଇ,ଏଏସଆଇ ଓ କାଶୀପୁର ପୁଲୀସ ଏବଂ ଆଇଆରବି ଜବାନଙ୍କ ସମେତ କାଶୀପୁର ଜଗନ୍ନାଥ ମନ୍ଦିର ପରିସରରୁ ବାହାରି ଲକ୍ଷ୍ମୀ ବଜାର ଛକ ଦେଇ ଆଇଫାଡ ଛକ ପର୍ଯ୍ୟନ୍ତ ଫ୍ଲାଗ ମାର୍ଚ୍ଚ କରିଥିଲେ।

ଶାନ୍ତି ଶୃଙ୍ଖଳାର ଦୃଷ୍ଟି କଣକୁ ନେଇଁ ନିର୍ବାଚନ ସମୟରେ କୌଣସି ପ୍ରକାରର ବିଶୃଙ୍ଖଳା ପରିସ୍ଥିତିକୁ ଏଡାଇବା ସହ ମୁକ୍ତ ଓ ଅବାଧ ନିର୍ବାଚନ ପାଇଁ ସାଧାରଣ ଜନତା ଯେମିତି ମନରେ ଭୟଭାବ ରଖିବେ ନାହିଁ ଏବଂ ପୁଲିସ ଆମ ସହ ରହିଛି ବୋଲି ସର୍ବଦା ଅନୁଭବ କରିପାରିବେ ଏହାକୁ ଆଖିଆଗରେ ରଖି ଫ୍ଲାଗମାର୍ଚ୍ଚ କରାଯାଇଥିବା ସୂଚନା ମିଳିଛି।