ବେଲଗୁଣ୍ଠା ୧୯/୦୩ (ସୁଶାନ୍ତ କୁମାର ବେହେରା )ଆଉ ନାହାନ୍ତି ପ୍ରତାପୁର ଗ୍ରାମର ଦେବହରି ଗୁରୁଜୀ । ନିଜ ଘରେ ୭୮ ବର୍ଷ ବୟସରେ  ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଯିଏକି ଏକଧାରରରେ ଜଣେ ଶିକ୍ଷକ, ଉତ୍ତମଚାଷୀ, ଓ ପିତୃଭକ୍ତ ଭାବରେ ଅଞ୍ଚଳରେ ଖୁବ ପରିଚିତ । ସେ ତାଙ୍କ ଜୀବନ କାଳରେ ଉତ୍ତମ ଶିକ୍ଷା ଦେଇ  ଅନେକ ଭଲ ଛାତ୍ର ପ୍ରସ୍ତୁତ କରିଛନ୍ତି ।

ସରକାରୀ ଚାକିରୀ ରୁ ଅବସର ପରେ ବେଲଗୁଣ୍ଠା ସ୍ବାମୀ ବିବେକାନନ୍ଦ ଶିଶୁ ମନ୍ଦିର ରେ ଦୀର୍ଘ ୪  ବର୍ଷ ତାଙ୍କର ଶିକ୍ଷା ଦାନ ଅନବରତ ଜାରି ରଖିଥିଲେ। ରାସ୍ତା କଡରେ ବାଟୋଇଙ୍କ ପାଇଁ କୂଅ ଖୋଳିବା ଓ ବିଶ୍ରାମ ନେବା ପାଇଁ ଵ୍ୟଵସ୍ଥା ନିଜ ଖର୍ଚ୍ଚ ରେ କରି ଚର୍ଚ୍ଚା କୁ ଆସିଥିଲେ । ନିଜ ପିତାଙ୍କୁ ସେ ଖୁବ ଭଲ ପାଉଥିଲେ । ସେ ନିଜ ପିତା ନଟବର ପ୍ରଧାନଙ୍କ ଏକ ପ୍ରତିମୂର୍ତ୍ତି ସ୍ଥାପନା କରି ତାଙ୍କ ସମାଜ ପାଇଁ କରିଥିବା କାମ ଗୁଡିକୁ ଖୋଦିତ ଅକ୍ଷରରେ ଲେଖିଥିଲେ ।

ପିତା,ମାତା ହିଁ ଚଳନ୍ତି ଭଗବାନ । ସମସ୍ତେ ନିଜ ପିତାମାତା ଙ୍କୁ ଭକ୍ତି କରିବା କୁ ସେ ଉପଦେଶ ଦେଉଥିଲେ । ତାଙ୍କ ଶଯ୍ୟା ନିକଟରେ ତିନିପୁଅ ମୁନା, ହୁନା ଓ ଗୁନା ଓ ଝିଅ ରିନା ସହିତ ପୁତ୍ରବଧୁ ଓ ନାତିନାତୁଣୀ ମାନେ ଉପସ୍ଥିତ ଥିଲେ । ତାଙ୍କ ବିୟୋଗ ରେ ଅଞ୍ଚଳର ଅନେକ ବିଶିଷ୍ଟ ବ୍ୟକ୍ତି ପଂହଁଚି ଶେଷ ଦର୍ଶନ କରିବା ସହ ଆମର ଆତ୍ମାର ସଦ୍ଗତି କାମନା କରିଛନ୍ତି ।