ନବରଙ୍ଗପୁର : (ବେଣୁ ଗୋପାଳ ରାଓ)ଓଡିଶା ସାମ୍ବାଦିକ ସଂଘ (OJU)ନବରଙ୍ଗପୁର ଜିଲ୍ଲା ଶାଖା ତରଫରୁ କଷାଗୁମୁଡା ଠାକୁରାଣୀ ମନ୍ଦିର ଠାରେ ଏକ ବନ୍ଧୁ ମିଳନ ଓ ବଣଭୋଜି ଅନୁଷ୍ଠିତ ହୋଇଯାଇଛି l ଏଥିରେ ଡାବୁଗାଁ ବ୍ଲକ ସହ ସମସ୍ତ ବ୍ଲକରୁ ସାମ୍ବାଦିକ ମାନେ ଯୋଗ ଦେଇଥିଲେ l ଏହି ବୈଠକ ରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଉପଦେଷ୍ଟା ରାକେଶ ଗୁପ୍ତା,ରାଜ୍ୟ ସମ୍ପାଦକ ବାଙ୍କ ବିହାରୀ ବିଷୋୟୀ, ଜିଲ୍ଲା ସଭାପତି ଶିବ ଶଙ୍କର ତ୍ରିପାଠୀ ସମ୍ପାଦକ ଜାନକୀ କାନ୍ତ ବିଷୋୟୀ, ମିହିର ଶଙ୍କର ପାତ୍ର, ବେଣୁ ଗୋପାଳ ରାଓ, ଗଗନ ଗନ୍ତାୟତ ସମେତ ଅନେକ ସାମ୍ବାଦିକ ଯୋଗ ଦେଇଥିଲେ l

ରାଜ୍ୟ ସରକାର ସମସ୍ତ କର୍ମଚାରି ମାନଙ୍କ ପାଇଁ ବ୍ୟବସ୍ଥା କରିଥିବା ବେଳେ ସାମ୍ବାଦିକ ମାନଙ୍କ ପାଇଁ କୌଣସି ବ୍ୟବସ୍ଥା କରି ନାହାନ୍ତିଏହାକୁ ନେଇ କ୍ଷବ ପ୍ରକାଶ କରିଥିଲେ ସାମ୍ବାଦିକ ମାନେ l ଆଗାମୀ ଦିନରେ ଏହା ଉପରେ ପଦକ୍ଷେପ ନିଆଯିବ ବୋଲି ରାଜ୍ୟ ସମ୍ପାଦକ ମତ ଦେଇଥିଲେ। ରାଜ୍ୟ ଉପଦେଷ୍ଟା କଷାଗୁମୁଡା ବ୍ଲକ ର ସମାଜ ସାମ୍ବାଦିକ ପଦ୍ମ ଚରଣ ପଟନାୟକ ଙ୍କ ମୃତ୍ୟୁର ସ୍ମୃତି ଚାରଣ କରି ଥିବାବେଳେ ଦୁଇ ମିନିଟ ନିରବ ପ୍ରାର୍ଥନା କରିଥିଲେ l ଜିଲ୍ଲା ସଭାପତି ଶ୍ରୀ ତ୍ରିପାଠୀ ସମସ୍ତ ବ୍ଲକ ସ୍ତରରେ ଓଡିଶା ସାମ୍ବାଦିକ ସଂଘ କୁ ମଜଭୁତ କରିବା ପାଇଁ ପ୍ରସ୍ତାବ ଦେଇଥିଲେ ଲ ଆଜିର କାର୍ଯ୍ୟକ୍ରମରେ ପ୍ରାୟ ୫୦ରୁ ୬୦ ଜଣ ସାମ୍ବାଦିକ ଉପସ୍ଥିତ ଥିଲେ