ହରଭଙ୍ଗା :(ଚିତ୍ତରଞ୍ଜନସିଂ):ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ତହସିଲ କାର୍ଯ୍ୟାଳୟ ଠାରୁ ସୋମବାର ଦିନ ଶତାଧିକ ବ୍ଲକକଳାକାର ମାନଙ୍କୁ ନେଇ ଏକ ବିରାଟ ଶୋଭାଯାତ୍ରା ପଟୁଆର ରେ ବ୍ଲକ କାର୍ଯ୍ୟାଳୟ କୁ ପହଂଚି ଥିଲେ l କଳାକାର ମାନଙ୍କର ୫ ଦଫା ଦାବି ଉପସ୍ଥାପନା କୁ ନେଇ କଳାକାର ମାନେ ନାରାବାଜି ଦେଇଥିଲେ l

ପରେ ହରଭଙ୍ଗା ବିଡ଼ିଓ ଶରତ କୁମାର ସେଠି ଧାରଣା ସ୍ଥଳରେ ପହଂଚି କଳାକାର ଙ୍କ ବିଭିନ୍ନ ସମସ୍ୟା ପଚାରି ବୁଝିବା ସହ ସଙ୍ଘ ର ସମ୍ପାଦକ ଅର୍ଜୁନ ଭୋକ୍ତା ଙ୍କ ଠାରୁ ୫ ଦଫା ସମ୍ବଳିତ ଦାବିପତ୍ର ବିଡ଼ିଓ ଗ୍ରହଣ କରିଥିଲେ l ଏବଂ ବର୍ତମାନ ସମୟରେ ସାଧାରଣ ନିର୍ବାଚନ ପାଇଁ ଆଦର୍ଶ ଆଚରଣ ଵିଧି କୁ ଦୃଷ୍ଟି ରେ ରଖି କଳାକାର ମାନଙ୍କ ସମ୍ବଳିତ ଦାବି ଗୁଡିକ ଆଗାମୀ ଦିନରେ ବିଚାରକୁ ନେଇ କାର୍ଯ୍ୟକାରୀ କରିବା ପାଇଁ ପ୍ରତିଶୃତି ଦେଇଥିଲେ l

ଏହି ଶୋଭା ଯାତ୍ରା ରେ ବ୍ଲକ ର ୨୨  ଗୋଟି ପଂଚାୟତ ର ବିଭିନ୍ନ କଳାକାର ସଙ୍ଘ ର ପତର ସୌରl, ଘୁଡୁକା, କୃଷ୍ଣ ଗୁରୁ, ଦଣ୍ଡ ନୃତ୍ୟ, ଶବର,ହରେକୃଷ୍ଣ ଆଦି ସଙ୍ଘ ର ଶତାଧିକ କଳାକାର ସାମିଲ ଥିଲେ l ଅନ୍ୟପଟେ ସରକାର ୫ ଦଫା ଦାବି କୁ ପୂରଣ ନ କଲେ ଆଗାମୀ ଦିନରେ ଶହ ଶହ କଳାକାର ରାଜ ରାସ୍ତାକୁ ଉଲ୍ହାଇ ଧର୍ମଘଟ କରିବା ପାଇଁ ହରଭଙ୍ଗା କଳାକାର ଓ ସଂସ୍କୃତି ସଙ୍ଘ ପକ୍ଷରୁ କଡା ଚେତାବନୀ ଦେଇଛନ୍ତି l