ହରଭଙ୍ଗା :(ଚିତ୍ତରଞ୍ଜନ ସିଂ)ଆଗାମୀ ୨୦୨୪ ସାଧାରଣ ନିର୍ବାଚନ କୁ ଦୃଷ୍ଟି ରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଫ୍ଲାଗ ମାର୍ଚ୍ଚ କରି ଜନ ସାଧାରଣ ଙ୍କୁ ନିର୍ବାଚନ ନେଇ ସଚେତନ ବାର୍ତ୍ତା ଦେଉଥିବା ବେଳ ଆଜି ବୌଦ୍ଧ ଜିଲ୍ଲା ହରଭଙ୍ଗା ପୋଲିସ ପ୍ରଶାସନ ପକ୍ଷରୁ ଥାନା ଅଧିକାରୀ ନଳିନ କାନ୍ତ ଦାସ ଙ୍କ ନେତୃତ୍ୱ ରେ ଛତ୍ରଙ୍ଗ ପଂଚାୟତ ଛତ୍ରଙ୍ଗ, ଧୂଙ୍ଗିଆ ମୁଣ୍ଡା, କଣ୍ଠି ପଦର, ଗୁଣ୍ଡୁରୀ ସାହି, ଖରଭୂଇଁ ଇତ୍ୟାଦି ଗ୍ରାମକୁ ଯାଇ ନିର୍ବାଚନୀ ସଚେତନତା ବାର୍ତ୍ତା, ଦେବା ସହ କିପରି ସୁରୁଖୁରୁରେ ନିର୍ବାଚନ ହେବ ସେ ନେଇ ଫ୍ଲାଗମାର୍ଚ୍ଚ କାର୍ଯ୍ୟକ୍ରମ କରାଯାଇଛି l ଉକ୍ତ କାର୍ଯ୍ୟକ୍ରମ ରେ ବାଟାଲିୟନ ଫୋର୍ସ, ଥାନା ର ଅନ୍ୟପୋଲିସ କର୍ମଚାରୀ ମାନେ ସାମିଲ ଥିଲେ l