ଭବାନୀପାଟଣା :  (ଅର୍ଜୁନ ପଟ୍ଟନାୟକ ) କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ରେ ବଳଭଦ୍ର ମାଝୀ ଙ୍କ ନିର୍ବାଚନୀ ରଣ ହୁଙ୍କାର ରାଜନୈତିକ ମହଲରେ ଆଲୋଡନ ସୃଷ୍ଟି କରିଛି। ବିଜୁ ଜନତା ଦଳ ରେ ଦିର୍ଘଦିନ ଧରି କୋଣଠେସା ହୋଇ ରହିଥିବା ବଳଭଦ୍ର ଭାରତୀୟ ଜାତୀୟ କଂଗ୍ରେସ ଦଳ ରେ ଯୋଗଦେଇ ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ରୁ କଂଗ୍ରେସ ଦଳର ପ୍ରାର୍ଥୀ ଭାବେ ବିଭିନ୍ନ ସ୍ଥାନରେ ସଭା ଶୋଭାଯାତ୍ରା ମାଧ୍ୟମ ରେ ଦଳ କୁ ସକ୍ରିୟ କରିବାରେ ଲାଗିଛନ୍ତି। ଏ ପରିପ୍ରେକ୍ଷୀରେ ଗତ ଗୁରୁବାର ଦିନ ଜୟପାଟଣା ଠାରେ ଏକ ବିରାଟ ଶୋଭାଯାତ୍ରା ଓ ସଭା ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଗୀତାଭବନ ଠାରୁ କଂଗ୍ରେସ ଦଳ କର୍ମୀ, କର୍ମକର୍ତ୍ତା ଏବଂ ବଳଭଦ୍ରଙ୍କ ସମର୍ଥକ ଏକ ବିରାଟ ପଟୁଆରରେ ବାହାରି ସହର ପରିକ୍ରମା କରି କୃଷ୍ଣ ଚନ୍ଦ୍ର କ୍ଲବ ପଡିଆ ଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା।

ଜିଲ୍ଲା ସଭାପତି ଶ୍ରୀ ଭାରତ ଭୁଷଣ ବେମାଲ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ବ୍ଳକ ସଭାପତି ଗଙ୍ଗାଧର ପାତ୍ର ଅତିଥି ମାନଙ୍କୁ ସ୍ଵାଗତ କରିଥିଲେ। ଜୟପୁର ବିଧାୟକ ତାରାପ୍ରସାଦ ବାହିନିପତି ଙ୍କ ଅଗ୍ନିବର୍ଷୀ ଭାଷଣ ମାଧ୍ୟମ ରେ ରାଜ୍ୟ କେନ୍ଦ୍ରରେ ଚାଲିଥିବା ବିଜେଡି, ବିଜେପିର କୁଶାସନ ର କଟୁ ସମାଲୋଚନା କରିବା ସହ କଂଗ୍ରେସ ଦଳ ର ଜନହିତକର ଯୋଜନା ଉପରେ ଆଲୋକପାତ କରିଥିଲେ। ପୂର୍ବତନ ମନ୍ତ୍ରୀ ଶ୍ରୀ ବଳଭଦ୍ର ମାଝୀ ଦିଗଭ୍ରଷ୍ଟ ଓଡିଶାର ଦୁର୍ନତୀଗ୍ରସ୍ତ, ଜନସ୍ଵାର୍ଥ ବିରୋଧୀ ଶାସନ ମୂଳୋତ୍ପାଟନ ପାଇଁ ଆହ୍ଵାନ ଦେବାସହ କଂଗ୍ରେସ ଦଳକୁ ସଶକ୍ତ କରିବାକୁ ସଂକଳ୍ପ ନେବାକୁ ଅନୁରୋଧ କରିଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ସର୍ବ ଭାରତୀୟ ସମ୍ପାଦକ ତଥା ଓଡିଶା ସହ ପ୍ରଭାରୀ ସାହା ନୱାଜ ଚୌଧୁରୀ, ପୂର୍ବତନ ସାଂସଦ ନକୁଳ ନାଏକ, ଜିଲ୍ଲା ସଭାନେତ୍ରୀ ମାର୍ଜିନା ପ୍ରଧାନ,ସମ୍ପାଦିକା ପ୍ରମିଳା ବାତ୍ରା, ସମ୍ପାଦକ ପ୍ରକାଶ ଦୁରିଆ,ଗୋବିନ୍ଦ ପ୍ରଧାନୀ, ଫକୀର ଚରଣ ମାଝୀ, ଚତୁର ସୁନା, ମଣ୍ଟୁ ପଣ୍ଡା, ଧରଣୀଧର ଦାସ, ବେଣୁଧର ଦୂର୍ଗା, ବିଜୟ ନାଏକ, ଡମ୍ବରୁ ନାଏକ ଙ୍କ ସମେତ ବହୁ ବକ୍ତା ଅଭିଭାଷଣ ପ୍ରଦାନ କରିଥିଲେ।

ଏ ଅବସରରେ ବିଜୁ ଜନତା ଦଳ ର କିଛି କର୍ମୀ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଯୁବକର୍ମୀ ମାନେ ଆନୁଷ୍ଠାନିକ ଭାବେ କଂଗ୍ରେସ ଦଳ ରେ ଯୋଗଦେଇ ଥିଲେ।ସଭାରେ ବହୁ ସଂଖ୍ୟାରେ ମହିଳା ଙ୍କ ଉପସ୍ଥିତି ଦେଖିବାକୁ ମିଳିଥିବା ବେଳେ ଦିର୍ଘ ବର୍ଷ ପରେ କଂଗ୍ରେସ ଦଳର ଏକ ବିରାଟ ସଭା ରାଜନୈତିକ ପଣ୍ଡିତ ଙ୍କ ପାଇଁ ଆଲୋଚନା ର ବିଷୟ ହୋଇଛି ।ବିଶେଷକରି ଗତ ୨୦୧୪ ନିର୍ବାଚନରେ ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ର ବର୍ତ୍ତମାନ ବିଧାୟକ ଶ୍ରୀ ପ୍ରଦୀପ ଦିଶାରୀ ଙ୍କୁ ପ୍ରାୟ ୨୫୦୦୦ ଭୋଟ ବ୍ୟବଧାନ ରେ ପରାଜିତ କରିଥିବା ବଳଭଦ୍ର ବର୍ତ୍ତମାନ କଂଗ୍ରେସ ଦଳ ମାଧ୍ଯମ ରେ ଦେଇଥିବା ରଣ ହୁଙ୍କାର କେତେଦୂର ଜନାଦୃତ ହେଉଛି ଦେଖିବାକୁ ବାକି ରହିଲା।