ହରଭଙ୍ଗା (ଚିତ୍ତରଞ୍ଜନସିଂ)ବିଭିନ୍ନ ସମୟରେ ସାମ୍ବାଦିକ ମାନେ ସଦାସର୍ବଦା କାର୍ଯ୍ୟ କରିଆସୁଛନ୍ତି।ତୃଣମୂଳ ସ୍ତର ରେ ମଧ୍ୟ ରହୁଛନ୍ତି।କିନ୍ତୁ ସବୁ ବେଳେ ସବୁ ସମୟରେ ସରକାର ସାଧାରଣ ଲୋକ ମାନଙ୍କ ପାଇଁ ହଉ କି ସରକାରୀ ଚାକିରୀ କରୁଥିବା କର୍ମଚାରୀ ମାନଙ୍କ ପାଇଁ ହଉ ବିଭିନ୍ନ ଯୋଜନା ରେ ସାମିଲ କରୁଛନ୍ତି।

କିନ୍ତୁ ସବୁବେଳେ, ସବୁସମୟରେ ଜୀବନ କୁ ବାଜି ଲଗେଇ ପ୍ରତ୍ୟକ ମୁହୂର୍ତ୍ତ ର ତଥ୍ୟ କୁ ଲୋକଲୋଚନ କୁ ଆଣୁଥୁବା ଗଣତନ୍ତ୍ର ର ଚତୁର୍ଥସ୍ତମ୍ବ କୁହାଯାଉଥିବା ସାମ୍ବାଦିକ ମାନଙ୍କୁ ଅଣଦେଖା କରୁଥିବା ନେଇ ତାଙ୍କ ର ସାତ ଦଫା ଦାବୀ ନେଇ ଜୋର୍ଣ୍ଣାଲିଷ୍ଟ ଆସୋସିଏସନ ହରଭଙ୍ଗା ବ୍ଲକ ପକ୍ଷରୁ ଏକ ଶୋଭାଯାତ୍ରା ରେ ବାହାରି ନିଜର ହକ ର ନାରାବାଜି ଦେଇ ବ୍ଲକ କାର୍ଯ୍ୟାଳୟ ପରିସରକୁ ପସି ବିଡ଼ିଓ ଙ୍କ ଜରିଆରେ ମୁଖ୍ୟ ମନ୍ତୀ, ଏବଂ 5ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ ଙ୍କ ଉଦେଶ୍ୟ ରେ ଏକ ଦାବିପତ୍ର ଦେଇଥିଲେ।

ଏହି କାର୍ଯ୍ୟକ୍ରମ ରେ ଜୋର୍ଣ୍ଣାଲିଷ୍ଟ ଆସୋସିଏସନ ର ସମ୍ପାଦକ ଭାଗବତ ମେହେର ଙ୍କ ସହିତ ଉପସଭାପତି ଶାଶ୍ୱତ ଦାସ, ସହ ସମ୍ପାଦକ ସିମୁନ ନାୟକ, ଉପଦେଷ୍ଟା ବରିଷ୍ଠ ସାମ୍ବାଦିକ ଚିତ୍ତରଞ୍ଜନ ସିଂ, ବିଭୁଦତ୍ତ ବୋଷ, ସୁକାନ୍ତ ପଟନାୟକ, କୁନା ବେହେରା ଓ ସଦସ୍ୟ କୁମୁଦ ଚନ୍ଦ୍ର ସାହୁ, ସୁଶାନ୍ତ ବେହେରା, ସଦାନନ୍ଦ ନାୟକ, ପ୍ରଭାତ ନାୟକ, ଅକ୍ଷୟ ମହାକୁଡ଼, ବାସୁଦେବ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।