(ପରିବାର ପକ୍ଷରୁ କାଶୀପୁର ଓ ଭୁବନେଶ୍ୱର ଥାନାରେ ଅଭିଯୋଗ )

କାଶୀପୁର୧୫/୩(ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁର ଥାନା ଅନ୍ତର୍ଗତ କଡିକିପଦର ଗ୍ରାମର ଜଣେ ଦଳିତ ଯୁବକ କ୍ରିକେଟ କୋଚିଂ କରିବାକୁ ଭୁବନେଶ୍ୱର ସ୍ଥିତ ଏକ ଘରେଇ କ୍ରିକେଟ କ୍ଲବ ରେ ଭର୍ତି ହେଇଥିଲେ । ଆଜି କୁ ୧୫ ଦିନ ହେବ ନିଖଜ ପୁଅର ସନ୍ଧାନ ମିଳିପାରୁ ନ ଥିବାବେଳେ ପରିବାର ପକ୍ଷରୁ ଭୁବନେଶ୍ୱର ଓ କାଶୀପୁର ଥାନାରେ ପୁଅ ର ନିଖଜ ଥିବା ଏକ ଲିଖିତ ଅଭିଯୋଗ କରିଛନ୍ତି ।

ନିଖଜ ଯୁବକ ଜଣକ ହେଲେ କାଶୀପୁର ଥାନା ଅନ୍ତର୍ଗତ କଡିକିପଦର ଗ୍ରାମର ସୁରେନ୍ଦ୍ର ନାଏକ ଙ୍କ ପୁଅ ମନୋଜ ନାଏକ(୨୧) ବୋଲି ଜଣାପଡିଛି ।ସେ ୩୦ ଡିସେମ୍ବର ୨୩ ତାରିଖରେ କ୍ରିକେଟ କୋଚିଂ ନିମନ୍ତେ ଭୁବନେଶ୍ୱର ଯାଇଥିଲେ । ସେଠାରେ ଓସ୍କାର କ୍ରିକେଟ କ୍ଲବ ନାମକ ଏକ ଘରେଇ କ୍ଲବ ରେ ଭର୍ତି ହେଇଥିଲେ । ପୁଣି ଭୁବନେଶ୍ୱର ସ୍ଥିତ ଡେ଼ଲ୍ଟା ଛକ ର ପ୍ରକୃତି ବିହାର ର ଏକ ଭଡା ଘରେ ରହି ନୀତିଦିନ ଅଭ୍ୟାସ କରିବାକୁ ଉକ୍ତ କୋଚିଂ କ୍ଲବ ରେ ଯୋଗ ଦେଉଥିଲେ । ପରିବାର ଓ ମନୋଜ ମଧ୍ୟରେ ଚଳିତ ମାସ ପୂର୍ବରୁ ସ୍ୱାଭାବିକ ଭାବେ ଯୋଗାଯୋଗ ରହିଆସୁଥିବାବେଳେ ହାତଥ ମାର୍ଚ୍ଚ ମାସ ୧ ତାରିଖ ଠାରୁ ଆଉ ଆଜି ପର୍ଯ୍ୟନ୍ତ ମନୋଜ ସହ କୌଣସି ଫୋନ ସମ୍ପର୍କ ହେଇପାରିନାହିଁ ।

ଦୁଇଚାରିଦିନ ଅପେକ୍ଷା ପରେ ପରିବାର ଲୋକେ ପୁନର୍ବାର ଫୋନ ଯୋଗେ ସମ୍ପର୍କ କରିବାକୁ ଚେଷ୍ଟା କରି ବିଫଳ ହେଇଥିବାବେଳେ ସେ ବ୍ୟବହାର କରୁଥିବା ମୋବାଇଲ ବନ୍ଦ ଥିବା ଜଣାପଡିଛି । ଏହାକୁ ନେଇ ପରିବାର ଲୋକେ ଉକ୍ତ କ୍ରିକେଟ କ୍ଲବ କୁ ଯୋଗାଯୋଗ କରିବାରୁ ଶେଷ ଥର ଚଳିତ ମାସ ୬ ତାରିଖ କ୍ରିକେଟ କ୍ଲବ ଖେଳିବାକୁ ଆସିଥିବା କ୍ଲବ କର୍ତ୍ତୃପକ୍ଷ ସ୍ପଷ୍ଟୀକରଣ ଦେଇଥିଲେ ।

ଏହାପରେ ମନୋଜ ର ଅନ୍ୟ ଏକ ସାଙ୍ଗ ଙ୍କୁ ଫୋଜ ଯୋଗେ ପଚାରି ବୁଝିବାରୁ ଚଳିତ ମାସ ୮ ତାରିଖରେ ଭୁବନେଶ୍ୱର ସ୍ଥିତ ବରମୁଣ୍ଡା ବସ ଷ୍ଟାଣ୍ଡ ନିକଟ ନୀଳକଣ୍ଠେସ୍ୱର ମନ୍ଦିର ରେ ଶେଷ ଥର ପାଇଁ ମନୋଜ କୁ ଦେଖା ହେଇଥିବା ପ୍ରକାଶ କରିଛନ୍ତି । ମନୋଜ ର ପିତା ସୁରେନ୍ଦ୍ର ନାଏକ ନାମକୁ ଏକ ଚାଷୀ ଆର୍ଥିକ ଅବସ୍ଥା ସୁଦୃଢ଼ ନ ଥିଲେ ହେଲେ ପୁଅର ସ୍ୱପ୍ନ ପୁରଣ କରିବାକୁ ଅଣ୍ଟା ଭିଡିଥିଲେ । ବର୍ତ୍ତମାନ ପୁଅର ସନ୍ଧାନ ରେ ସୁରେନ୍ଦ୍ର ନାଏକ ଭୁବନେଶ୍ୱର ସହର ପହଞ୍ଚି ବାର ଦୁଆର ପୁଅ କୁ ଖଜି ବୁଲୁଥିବା ବେଳେ ଆଜି ପର୍ଯ୍ୟନ୍ତ ମନୋଜ କୌଣସି ପ୍ରକାର ସନ୍ଧାନ ମିଳିପାରୁନାହିଁ । ଏହାକୁ ନେଇ ମନୋଜ ର ଦାଦା ଗୋବର୍ଦ୍ଧନ ନାଏକ ପୁତୁରା ଙ୍କର ନୁରୁଦ୍ଧିଷ୍ଟ ଥିବା ଏକ ଲିଖିତ ଅଭିଯୋଗ କାଶୀପୁର ଥାନା ରେ ଦେଇଥିବା ଜଣାପଡିଛି ।