ଧର୍ମଗଡ଼ : (ହେମନ୍ତ କୁମାର ମାଝୀ)ସରକାର ଭୋଟପାଇଁ ସବୁବର୍ଗ ପାଇଁ କିଛିନା କିଛି ସହାୟତା ପ୍ରଦାନ କରିଛନ୍ତି ।ହେଲେ ସାମ୍ବାଦିକ ମାନଙ୍କ ପାଇଁ ପାଇଁ କଣ ବ୍ୟବସ୍ଥା ।

ଏହାର ପ୍ରତିବାଦ ସ୍ବରୂପ ଆଜି ଓୟୁଜେ ଡାକରାରେ ଧର୍ମଗଡ ଉପଖଣ୍ଡ ର ସମସ୍ତ ସାମ୍ବାଦିକ ଏକ ପ୍ରତିବାଦ ଶୋଭାଯାତ୍ରାରେ ଆସି ସୁରକ୍ଷା,ପେନସନ୍ ଏବଂ ସମ୍ମାନ କୁ ନେଇ ଧର୍ମଗଡ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ସହ ମାନ୍ୟବର ମୂଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳ ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏହାସହ ସମସ୍ତ ସାମ୍ବାଦିକ କଳାବ୍ୟାଚ୍ ପରିଧାନ କରିବା ସହ ଆଜିର ଦିନକୁ ପ୍ରତିବାଦ ଦିବସ ଭାବରେ ପାଳନ କରିଛନ୍ତି ।