ହରଭଙ୍ଗା (ଚିତ୍ତରଞ୍ଜନ ସିଂ) ହରଭଙ୍ଗା ବ୍ଲକ୍ ପୁରୁଣାକଟକ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ଠାରେ ବୌଦ୍ଧ ଉପଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତାରେ ହରଭଙ୍ଗା ବ୍ଲକ୍ ର ସମସ୍ତ ବୁଥ୍ ସ୍ତରୀୟ ବି ଏଲ୍ ଓ ଏବଂ ସୁପର୍ ଭାଇଜର ଙ୍କୁ ନେଇ ଆଗାମୀ ସାଧାରଣ ନିର୍ବାଚନ ପରିଚାଳନା ନେଇ ଏକ ତାଲିମ୍ ଶିବିର ଅନୁଷ୍ଠିତ ହୋଇଯାଇଛି।

ଆଗାମୀ ସାଧାରଣ ନିର୍ବାଚନ କୁ କିଭଳି ସୁରଖୁରରେ ସମ୍ପାଦନା ହୋଇପାରିବ ତଥା ଭୋଟର କିଭଳି ହଇରାଣ ନ ହେବେ ସେ ନେଇ ତାଲିମ୍ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ପ୍ରଭାସ ଚନ୍ଦ୍ର ଦଣ୍ଡ ସେନା ଙ୍କ ସମେତ ହରଭଙ୍ଗା ତହସିଲଦାର ବିଭୁ ପ୍ରସାଦ ସିଂ, ଏ ବିଡ଼ିଓ ସୁବାସ ଯାନୀ ତଥା ହରଭଙ୍ଗା ବ୍ଲକ୍ ର ସମସ୍ତ୍ ବୁଥ୍ ର ବି ଏଲ୍ ଓ ଏବଂ ସୁପର୍ ଭାଇଜର ଉପସ୍ଥିତ ଥିଲେ l