ହରଭଙ୍ଗା (ଚିତ୍ତରଞ୍ଜନ ସିଂ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଉପାନ୍ତ ଅଞ୍ଚଳ କୁସଙ୍ଗ -ଵାଣିଗୋଛା ପୂର୍ତ୍ତ ରାସ୍ତା ର ଉନ୍ନତି କରଣ ପାଇଁ ବୁଧବାର ଦିନ ମାନ୍ୟବର ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଙ୍କ କରକମଳ ରେ ୪୬  କୋଟି ଟଙ୍କାର ର ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଯାଇଛି l ଏହି ଭିତ୍ତି ପ୍ରସ୍ତର ସ୍ଥାପନ ହେଲେ ଉପାନ୍ତ ଅଞ୍ଚଳ ର କୁସଙ୍ଗ. ଵାଣିଗୋଚ୍ଛା, ମହାଳିକ ପଡା, ଯାବର, ତଳଗାଁ, ଗଣ୍ଡପାଜୁ ଆଦି ଅଞ୍ଚଳ ର ଗମନା ଗମନ ର ସୁବିଧା ଏବଂ ବିଶେଷ କରି ଵାଣିଗୋଚ୍ଛା ରୁ ହରା ହରଭଙ୍ଗା ଦେଇ ଅନୁଗୋଳ ସିଧା ସଳଖ ସଂଯୋଗ ରହିଛି l

ଏହି ଭିତ୍ତି ପ୍ରସ୍ତର ସ୍ଥାପନ ସ୍ରମୟରେ କୁସଙ୍ଗ ଠାରେ ଏକ ସାଧରଣ ସଭା ଅନୁଷ୍ଠିତ ହେବା ଶହ ସରକାର ଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଗୁଡିକ ଉପରେ ମନ୍ତ୍ରୀ ଜନସାଧାରଣ ଙ୍କୁ ଉଦବୋଧନ ଦେଇଥିଲେ l କାର୍ଯ୍ୟକ୍ରମ ରେ ବୌଦ୍ଧ ପୂର୍ତ୍ତ ବିଭାଗ ର ଅଧିକ୍ଷଣ ଯନ୍ତ୍ରୀ ପ୍ରଭାତ ଦାସ ଙ୍କ ସମେତ ଦଳୀୟ ନେତା କର୍ମୀ ଓ ଅଞ୍ଚଳ ର ତନିଗୋଟି ପଞ୍ଚାୟତ ଜନସାଧରଣ ଉପସ୍ଥିତ ଥିଲେ ଏହି ରାସ୍ତାର ଦୈର୍ଘ୍ୟ 24 କିଲୋମିଟର ଅଟେ ଏହି ରାସ୍ତା ନିର୍ମାଣ କରିବାକୁ ବହୁତ ଦିନରୁ ଦାବି ହୋଇ ଆସୁଥିଲା ସରକାର ଏହି ରାସ୍ତା ପାଇଁ ଅର୍ଥ ମଞ୍ଜୁର କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅଞ୍ଚଳବାସି ଅଭିନନ୍ଦନ ଜଣାଇଛନ୍ତି