(ଗାଁ ରେ +୩ ଶିକ୍ଷିତା ଅନୁସୂଚିତ ଜନଜାତି (ଏସ ଟି)ପ୍ରାର୍ଥୀନୀ ରହିଥିଲେ ମଧ୍ୟ +୨ ଶିକ୍ଷିତା ଅନୁସୂଚିତ ଜାତି(ଏସ ସି) ପ୍ରାର୍ଥୀନୀ ଙ୍କୁ ନିଯୁକ୍ତି ରେ ଅଗ୍ରାଧିକାର )

କାଶୀପୁର :  (ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁର ‘ ଆଇସିଡିଏସ ‘ ବିଭାଗ ରେ ଖାଲିପଡିଥିବା ଅଙ୍ଗନବାଡି କର୍ମୀ ନିଯୁକ୍ତି ରେ ଚଞ୍ଚକତା ହେଇଥିବା ନେଇ ଏବେ ଅଭିଯୋଗ ଆସିଛି । ଯାଞ୍ଚକମିଟି ରେ ୧ନମ୍ବର ଲିଷ୍ଟ ଥିବା ଅନୁସୂଚିତ ଜନଜାତି(ଏସ ଟି) ପ୍ରାର୍ଥୀନୀ ଙ୍କୁ ଉପେକ୍ଷା କରି ୪ର୍ଥ ନମ୍ବର ରେ ଥିବା ଅନୁସୂଚିତ ଜାତି(ଏସ ସି) ପ୍ରାର୍ଥୀନୀ ଙ୍କୁ ନିଯୁକ୍ତି ପ୍ରଦାନ କରିଯାଇଥିବା ବର୍ତ୍ତମାନ ବିଭାଗ ପକ୍ଷରୁ ପ୍ରକାଶ ପାଇଛି ।

ମିଳିଥିବା ସୂଚନା ପ୍ରକାରେ ଉକ୍ତ ପଦବୀ ପୂରଣ ନିମନ୍ତେ ସରକାରଙ୍କ ସମ୍ପୃକ୍ତ ବିଭାଗ ପକ୍ଷରୁ ଚିଠି ସଂଖ୍ୟା ୪୯୭୦/୧୪/୩/୨୩ କୁ ଭିତି କରି କାଶୀପୁର ଆଇ ସି ଡି ଏସ ବିଭାଗ ରେ ଠାରେ ବିଜ୍ଞପ୍ତି ୨୩/୮/୨୩  ଅନୁଯାୟୀ କାଶୀପୁର ବ୍ଲକ ଅନ୍ତର୍ଗତ ୧୩ ଟି ଅଙ୍ଗନବାଡ଼ି କେନ୍ଦ୍ର ରେ ଖାଲି ପଡିଥିବା ପଦବୀ ପାଇଁ ବିଜ୍ଞାପନ ପ୍ରକାଶ ପାଇଥିଲା। ଏଥିରେ ଉକ୍ତ ୧୩ କେନ୍ଦ୍ର ଅଙ୍ଗନବାଡି କେନ୍ଦ୍ର ମଧ୍ୟରୁ ମୁନୁଷ ଗାଁ ଗ୍ରାମପଞ୍ଚାୟତ ର ବେନ୍ଦଲାଫାସ  ଅଙ୍ଗନବାଡି କେନ୍ଦ୍ର ସାମିଲ କରାଯାଇଥିଲା ।

ପ୍ରକାଶ ଥାଉ କି ସେହି ଅଙ୍ଗନବାଡ଼ି କେନ୍ଦ୍ର ର କର୍ମୀ ଙ୍କର ୩ବର୍ଷ ପୂର୍ବେ ଏକ ଦୁର୍ଘଟଣା ଜନିତ ମୃତ୍ୟୁ ହେଇଯାଇଥିଲା । ଘଟଣା ପରେ ଉକ୍ତ ସ୍ଥାନ ରେ ଅନ୍ୟ ଏକ କେନ୍ଦ୍ର ର ଅଙ୍ଗନବାଡି ଅସ୍ଥାୟୀ କାର୍ଯ୍ୟରତ ଥିବାବେଳେ ଗତ ୩ ବର୍ଷ ଧରି  ପଦ ଖାଲି ପଡିଥିଲା ।

ଏହାକୁ ନେଇ ୨୦୨୨ ବର୍ଷରେ ଥରେ ଉକ୍ତ ଅଙ୍ଗନବାଡି ପଦ ପୂରାଣ ନିମନ୍ତେ ବିଜ୍ଞପ୍ତି ଜାରିହେଇଯାଥିଲା । ଜଣେ ଅନୁସୂଚିତ ଜନଜାତି (ଏସ ଟି) ଓ ୪ଜଣ ଅନୁସୂଚିତ ଜାତି(ଏସ ସି) ସମ୍ପ୍ରଦାୟର ପ୍ରାର୍ଥୀନୀ ଆବେଦନ କରିଥିଲେ । କିନ୍ତୁ କୌଣସି କାରଣରୁ ପ୍ରାର୍ଥୀନୀ ଚୟନ ଅବା ନିଯୁକ୍ତି କୁ ବିଭାଗ ପକ୍ଷରୁ ସ୍ଥଗିତ କରାଯାଇଥିଲା ।

ଉକ୍ତ ପଦବୀ ପୂରଣ ନିମନ୍ତେ ପୁନର୍ବାର ୨୩/୮/୨୦୨୩ ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।  ଏଥିରେ ବେନ୍ଦଳାଫାସ ଗ୍ରାମର ୬ ଜଣ ପ୍ରାର୍ଥୀନୀ ଧାର୍ଯ୍ୟ ତାରିଖ ମଧ୍ୟରେ ଆବେଦନ କରିଥିଲେ । ସରକାରୀ ଗାଇଡ଼ ଲାଇନ ପ୍ରକାରେ ଉକ୍ତ ପଦ ଶିକ୍ଷିତା ଅନୁସୂଚିତ ଜନଜାତି(ଏସ ଟି)ର ବୋହୂ ପ୍ରାର୍ଥୀନୀଙ୍କୁ ପ୍ରାଥମିକତା ପ୍ରଦାନ କରାଯିବା ନେଇ ପ୍ରକାଶ ପାଇଥିଲା । ଯଦି କୌଣସି କାରଣରୁ ଗାଁ/କେନ୍ଦ୍ର କିମ୍ଭା ଗ୍ରାମପଞ୍ଚାୟତ ଅଧିନ ରେ ଯୋଗ୍ୟ ପ୍ରାର୍ଥୀନୀ ନ ମିଳିଲେ ତା ହେଲେ ଅନ୍ୟ ସମ୍ପ୍ରଦାୟର ପ୍ରାର୍ଥୀନୀ ଙ୍କୁ ବିଚାର କୁ ନେବା ପାଇଁ ସ୍ପଷ୍ଟ ଗାଇଡ଼ ଲାଇନ ରେ ଉଲ୍ଲେଖ ରହିଛି ।

ଏଥିରେ କିନ୍ତୁ ସେହି ଗାଁ ର ଏକମାତ୍ର +୩ ଶିକ୍ଷିତା ଅନୁସୂଚିତ ଜନଜାତି ବୋହୂ ପ୍ରାର୍ଥୀନୀ ହେଇଥିବାବେଳେ ଅନ୍ୟ ୫ଜଣ +୨ଶିକ୍ଷାଗତ ଥିବା ଅନୁସୂଚିତ ଜାତି ସମ୍ପ୍ରଦାୟର ପ୍ରାର୍ଥୀନୀ ଆବେଦନ କରିଥିଲେ । ଯାଞ୍ଚ କମିଟି ପକ୍ଷରୁ ବେଦଲାଫାସ ଗ୍ରାମର ସମସ୍ତ ପ୍ରାର୍ଥୀନୀ ମାନଙ୍କର ନଥିପତ୍ର ଯାଞ୍ଚ କରାଯାଇଥିଲା । ଯାଞ୍ଚ ଦିନ ରେ ଅନ୍ୟ ମାନଙ୍କ ମଧ୍ୟରେ ବୁଲି ନାଏକ ଅନୁପସ୍ଥିତ ରହିଥିବାବେଳେ ଆଉ ଜଣେ ପ୍ରିୟଙ୍କା ନାଏକ ଙ୍କ ଅପ୍ରାପ୍ତ ବୟସ ଥିବା ଦର୍ଶାଯାଇଥିଲା । ପରବର୍ତ୍ତୀ ସମୟରେ ଅବଶିଷ୍ଟ ୩ ଜଣଙ୍କ ମଧ୍ୟରେ କ୍ରମ ଅନୁଯାୟୀ (୧)ନଂ ରେ +୩ ଶିକ୍ଷାଗତା ଅନୁସୂଚିତ ଜନଜାତି ବୋହୂ ପ୍ରାର୍ଥୀନୀ ଲଳିତା ଉର୍ଲାକା (୨ତୀୟ) +୨ ଅନୁସୂଚିତ ଜାତି ସମ୍ପ୍ରଦାୟର ବୋହୂ ଭାରତୀ ନାଏକ  ସେହିପରି (୩ୟ) +୨ ସୁଚିତ୍ରା ନାଏକ ( ୪ର୍ଥ ) +୨ ପ୍ରମିଳା ନାଏକ ଙ୍କୁ ନଥିପତ୍ର ଯାଞ୍ଚ ପରେ ଯ ଯୋଗ୍ୟବିବେଚିତ କରାଯାଇଥିଲା ।

ଉକ୍ତ ଫଳାଫଳ କୁ ଚଳିତ ବର୍ଷ ୦୩/୦୨/୨୦୨୪ ରେ ୧୩ ଟି ଅଙ୍ଗନବାଡି କେନ୍ଦ୍ର ମଧ୍ୟରୁ କେବଳ ୧୦ ଅଙ୍ଗନବାଡି କେନ୍ଦ୍ର ର କର୍ମୀ ନିଯୁକ୍ତି ଘଷଣା କରି ବିଭାଗ ପକ୍ଷରୁ କୌଣସି କାରଣରୁ ଅବଶିଷ୍ଟ ୩ ଅଙ୍ଗନବାଡି କେନ୍ଦ୍ର ନିଯୁକ୍ତି କୁ ସ୍ଥଗିତ ରଖାଯାଇଥିଲା । ବକେୟା ୩ ଟି ଉକ୍ତ କେନ୍ଦ୍ର ପଦବୀ ପାଇଁ ୧୧/୩/୨୦୨୩ ତାରିଖରେ ନିଯୁକ୍ତି ର ଏକ ତାଲିକା କୁ ୧୨/୩ ତାରିଖରେ ଆଇସିଡିଏସ କାଁଥ ଲାଗିଥିବା ଦେଖିବାକୁ ମିଳିଥିଲା ।

ହେଲେ ସରକାରୀ ବିଜ୍ଞପ୍ତି ଅନୁଯାୟୀ ଗାଁ ରେ ଜଣେ +୩ ଶିକ୍ଷିତା ଆଦିବାସୀ ବୋହୂ ପୁଣି କମିଟି ର ନଥିପତ୍ର ଯାଞ୍ଚ  ରେ ୧ନମ୍ବର ରହିଥିବାବେଳେ ବିଭାଗ ପକ୍ଷରୁ କୋଉ ଉଦେଶ୍ୟ ଓ ସରକାରୀ ଗାଇଡ଼ ଲାଇନ କୁ ଜଳାଞ୍ଜଳି ଦେଇ ୪ ନମ୍ବର ପ୍ରାର୍ଥୀନୀ ଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି । ଅଞ୍ଚଳରେ ଏହି ଖବର ପାଇ ଲୋକେ ଚକିତ ହେଉଥିବାବେଳେ ବିଭାଗୀୟ ଅଧିକାରୀ ଉଭୟ ସମ୍ପ୍ରଦାୟ ମଧ୍ୟ ରେ କଳି ମଞ୍ଜି ପତିଲା ଭଳି କାମ କରୁଛି ବୋଲି ମତ ପ୍ରକାଶ ପାଉଥିବା ବେଳେ ଏହା ଏକ ତଦନ୍ତ ସାପେକ୍ଷ ବିଷୟ ଏଣୁ ଜିଲ୍ଲା ସ୍ତରୀୟ ଅଧିକାରୀ ତୁରନ୍ତ ଏଥିରେ ଦୃଷ୍ଟି ଦେବାକୁ ଅଞ୍ଚଳର ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।