ଧର୍ମଗଡ଼  ୧୨/୩( ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଳକ ଅନ୍ତର୍ଗତ ବଡଘୁମର ଗ୍ରାମ ର ଦୁଇ ଯୁବକ ଅଯୋଧ୍ୟା ଅଭିମୁଖେ ପଦଯାତ୍ରା। ଉକ୍ତ ଗ୍ରାମର ଦୁର୍ଯୋଧନ ଗୋପାଳ ଓ ନାଥ ଗୋପାଳ ଅଯୋଧ୍ୟାରେ ରାମ ମନ୍ଦର ପ୍ରତିଷ୍ଠା ହେଲେ ସେମାନେ ପାଦରେ ଚାଳିଯିଵା ପାଇଁ ସଂକଳ୍ପ କରିଥିଲେ। ଆଜି ସେମାନେ ଅଯୋଧ୍ୟା ଅଭିମୁଖେ ବାହାରିଵା ପରେ ବଡଘୁମର ଗ୍ରାମ ଠାରେ ଭଜନ କୀର୍ତ୍ତନ ସହିତ ଉଭୟ ଙ୍କୁ ଗାଁ ପରିକ୍ରମା କରିବା ସହ ଵନ୍ଧାପଣା କରାଯାଇଥିଲା।

ପରେ ସେମାନେ ଧର୍ମଗଡ଼ ଠାରେ ପହଞ୍ଚିବା ପରେ ଏଠାକାର ଧର୍ମଗଡ଼ ଅଧିଷ୍ଠାତ୍ରୀ ଦେବୀ ମାଁ ଭଣ୍ଡାର ଘରଣୀ ଏଵଂ ହନୁମାନ ମନ୍ଦିର ଙ୍କ ଦର୍ଶନ କରି ସାରିବା ପରେ ଜଗନ୍ନାଥ ସେବା ସମିତି ପକ୍ଷରୁ ସେମାନଙ୍କୁ ଭାବ୍ୟ ସମ୍ଵଦ୍ଧନା କରାଯାଇଥିଲା।

ଜଗନ୍ନାଥ ସେବା ସମିତି ଅଧ୍ୟକ୍ଷ ଵିଷ୍ଟୁ ପ୍ରସାଦ ଅଗ୍ରୱାଲ, ସୁବାସ ଅଗ୍ରୱାଲ, ସରୋଜ ସାହୁ, ବଡଘୁମର ଗ୍ରାମ ର ସରପଞ୍ଚ ଜନ୍ମେଜୟ ଗୋପାଳ ସମେତ ସହର ଵହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ସେମାନଙ୍କୁ ସମ୍ଵଦ୍ଧନା ଗ୍ୟାପନ କରିଥିଲେ। ପରେ ସେମାନେ ଅଯୋଧ୍ୟା ଅଭିମୁଖେ ପଦଯାତ୍ରା କରିଥିଲେ। ସେମାନେ ମାସେ ଭିତରେ ପହଞ୍ଚି ରାମଲାଲା ଦର୍ଶନ କରିବା ସହ ପୁରୀ ଦେଇ କଳାହାଣ୍ଡି ପ୍ରତ୍ୟାବର୍ତ୍ତନ କରିବା କାର୍ଯ୍ୟକ୍ରମ ରହିଛି ଵୋଲି ପଦ ଯାତ୍ରା ରେ ବାହାରି ଥିଵା ଦୁଇ ଯୁବକ କହିଥିଲେ।