ହରଭଙ୍ଗା(ଚିତ୍ତରଞ୍ଜନ ସିଂ)ଓଡିଶା ଓଡିଶା ସରକାରଙ୍କ ଓଡିଶା ମିଲେଟ ମିଶନ ତରଫରୁ ଚାରିଛକର ହରଭଙ୍ଗା ବ୍ଲକ ପରିସରରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀମାନଙ୍କୁ ମାଣ୍ଡିଆ ପାଇଁ Thresher,pulveriser ମେଶିନ ବଣ୍ଟନ କରାଗଲା । ଏହି ବଣ୍ଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ବସନ୍ତ କୁମାର ପାଣିଗ୍ରାହୀ ,ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ,ବୌଦ୍ଧ ,ସମ୍ମାନନୀୟ ଅତିଥି ଶ୍ରୀମତୀ ଅନିତା ପାତ୍ର ,ସିଡିପିଓ,ହରଭଙ୍ଗା ବ୍ଲକ ତଥା ବ୍ଲକ୍ କୃଷି ଅଧିକାରୀ ଶ୍ରୀଯୁକ୍ତ ସବ୍ୟସାଚୀ ଦାସ , ମିଲେଟ୍ ମିଶନ ଜିଲ୍ଲା ସଂଯୋଜକ ଶ୍ରୀଯୁକ୍ତ ଜିତେନ୍ଦ୍ର କାର୍ଜେ,ମିଶନ ଶକ୍ତି ବ୍ଲକ ସଂଯୋଜିକା ପଲ୍ଲବୀ ମଙ୍ଗରାଜ ମଞ୍ଚାସିନ ଥିଲେ ।

ଏହି କାର୍ଯ୍ୟକ୍ରମକୁ ଓଡିଶା ମିଲେଟ ମିଶନ ର ହରଭଙ୍ଗା ବ୍ଲକ୍ ସଂଯୋଜକ ଶ୍ରୀଯୁକ୍ତ ସୀତାକାନ୍ତ ସାହୁ ସଭା ପରିଚାଳନା କରିଥିଲେ । ଅତିଥି ମାନେ ମାଣ୍ଡିଆ ର ଉପକାରିତା , ସରକାର ଦ୍ଵାରା ମିଳୁଥିବା ପ୍ରୋତ୍ସାହନ ରାଶି , କୃଷିଯନ୍ତ୍ରପାତି ଇତ୍ୟାଦି ଉପରେ ଆଲୋଚନା ହୋଇଥିଲା । ଚାଷୀ ଓ ସ୍ଵଂୟ ସହାୟକ ଗୋଷ୍ଠୀ ଦ୍ଵାରା କେମିତି ଅଧିକ ପରିମାଣରେ ଚାଷ ହୋଇ ପାରିବ ସେ ଉପରେ ଆଲୋଚନା କରିଥିଲେ । ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ତାଙ୍କ ଅଭିଭାଷଣ ରେ ଜିଲ୍ଲାର ମହିଳାମାନଙ୍କ ମଧ୍ୟରେ ମିଲେଟର ବ୍ୟବହାରକୁ ପ୍ରୋତ୍ସାହିତ କରିବାରେ ସାହାଯ୍ୟ କରିଥିଲା ଏବଂ ରାଜ୍ୟରେ ମିଲେଟ ଉତ୍ପାଦନ ଏବଂ ବ୍ୟବହାରକୁ ପୁନର୍ଜୀବିତ କରିବା ପାଇଁ ଓଡିଶା ମିଲେଟ ମିଶନ ସହାୟତାରେ ଏଲକେବିକେ ଅନୁଷ୍ଠାନ ଓ ଆଦର୍ଶ କୃଷି ଉତ୍ପାଦକ କମ୍ପାନୀ କାର୍ଯ୍ୟ କରୁଛି। ମିଲେଟସ୍ ଓଡିଶାର ଏକ ପାରମ୍ପାରିକ ଖାଦ୍ୟ ଫସଲ ଏବଂ ସେମାନଙ୍କର ପୁଷ୍ଟିକର ଏବଂ ସ୍ୱାସ୍ଥ୍ୟ ଉପକାର ପାଇଁ ଜଣାଶୁଣା |

କାର୍ଯ୍ୟକ୍ରମରେ ହରଭଙ୍ଗା ବ୍ଲକ୍ ର ବିଭିନ୍ନ ସ୍ଵଂୟ ସହାୟକ ଗୋଷ୍ଠୀ ର ମାଆ ମାନେ ପ୍ରତିଭାଗି ଭାବରେ ଅଂଶ ଗ୍ରହଣ କରିଥିଲେ।ଏହି ପରିପ୍ରେକ୍ଷୀରେ ଅତିଥି ମାନଙ୍କ ଉପସ୍ଥିତିରେ ମା ବଶାଳୀ ଦେବୀ କୋଇଲିସୁତା ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ମାଣ୍ଡିଆ Thresher ମେଶିନ ତଥା ବାବା ଲଡୁକେଶ୍ଵର,ଖରଭୁଇଁ ,ମା ଆଦିଶକ୍ତି କୋଇଲିସୁତା ଓ ମା ଦଶଭୁଜା କୁସଙ୍ଗ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ମାଣ୍ଡିଆ pulveriser ମେଶିନ ପ୍ରଦାନ କରାଗଲା । ଏଲକେବିକେ ଅନୁଷ୍ଠାନ ଏହି କାର୍ଯ୍ୟକ୍ରମ କୁ ଆୟୋଜିତ କରିଥିଲେ। ଓଡ଼ିଶା ମିଲେଟ ମିଶନ ହରଭଙ୍ଗା ବ୍ଲକ ରେ କାର୍ଯ୍ୟରତ ଅମରେନ୍ଦ୍ର ,ପୂନିଆ ,ନିରାକାର ,ଅମିତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଶେଷରେ ମିଶନ ଶକ୍ତି ବ୍ଲକ ସଂଯୋଜିକା ପଲ୍ଲବୀ ମଙ୍ଗରାଜ ସମସ୍ତଙ୍କୁ ଧନ୍ୟବାଦ ଦେଲେ ।