ହରଭଙ୍ଗା ୧୧ /୦୩ (ଚିତ୍ତରଞ୍ଜନ ସିଂ): ହରଭଙ୍ଗା ବ୍ଲକ ଛତ୍ରଙ୍ଗ ପଞ୍ଚାୟତ ଅନ୍ତର୍ଗତ ଗୁଣ୍ଡୁରୀସାହି ଗ୍ରାମରେ ବିଦ୍ୟୁତ ସଟ ସର୍କିଟ ଘଟିବାରୁ ଗ୍ରାମର ବିକ୍ରମ (୭୦ ) ଓ ଦୁର୍ଯ୍ୟୋଧନ ବେହେରା ( ୪୦  ) ଙ୍କର ଚାରି ବଖରା ଚାଲଘର ପୋଡି ଭଶ୍ମିଭୁତ ହୋଇଯାଇଛି l ସୂଚନା ଥାଉ କି ସଂଧ୍ୟା ୫  ଘଟିକା ସମୟରେ ଘର ଭିତରୁ ଧୂଆଁ ବାହାରିବାରୁ ସମସ୍ତେ ଘରକୁ ଯାଇ ଦେଖିବାରୁ ବିଦ୍ୟୁତ ମିଟର ରୁ ନିଆଁ ବାହାରି ଘର ପୋଡିଗଲା l

ସାଙ୍ଗେ ସାଙ୍ଗେ ଅଗ୍ନିଶମ ବାହିନୀକୁ ଯୋଗାଯୋଗ କରିବାରୁ ଦମକଲ ଗାଡ଼ି ପହଞ୍ଚି ନିଆଁକୁ ଆୟତ କରିଥିଲେ l ଉଭୟଙ୍କ ଧାନ, ଚାଉଳ, ଟଙ୍କା, ସୁନା ଓ ଲୁଗା ପୋଡ଼ିଯାଇଛି l ଏହି ଖବର ପାଇ ହରଭଙ୍ଗା ରାଜସ୍ୱ ନିରୀକ୍ଷକ ମନୋହର ମଲିକ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରି ତାଙ୍କୁ ଜରିପାଲ ଯୋଗାଇ ଦେଇଥିଲେ l ତେବେ ଯଥାଶୀଘ୍ର ଏହି ଅପାତ କାଳୀନ ପରିସ୍ଥିତିରେ ତାଙ୍କୁ ସମସ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ବୌଦ୍ଧ ପ୍ରଶାସନ ନିକଟରେ ଅଞ୍ଚଳବାସୀ ଦାବି କରିଛନ୍ତି l