ହରଭଙ୍ଗା :(ଚିତ୍ତରଞ୍ଜନସିଂ)ବୌଦ୍ଧ ଜିଲ୍ଲା ର ଦୀର୍ଘ ମହାନଦୀ ସେତୁ ର ଆଜି ହେଲା  ଶୁଭାରମ୍ଭ l ମୁଖ୍ୟମନ୍ତ୍ରୀ ଆଭାସୀ ମାଧ୍ୟମରେ କରିଲେ  ଶୁଭାରମ୍ଭ l ସୂଚନା ଅନୁଯାଇ ବୌଦ୍ଧ ଜିଲ୍ଲା ଦେଇ ଯାଇଥିଲା ଓଡିଶା ର ଦୀର୍ଘଟମ ମହାନଦୀ ରେ ନିର୍ମାଣ ହୋଉଥିବା ତିନି ଗୋଟି ସେତୁ ମଧ୍ୟରୁ ତୃତୀୟ ସେତୁ ଟି ସବୁଠାରୁ ଦୀର୍ଘ ତମ ସେତୁ ହୋଇଥିବା ବେଳେ ଏହା ହରଭଙ୍ଗା ବ୍ଲକ ର ଧଳପୁର ଠାରେ ନିର୍ମାଣ ହୋଇଛି ।

ସେତୁ ରେ ମୋଟ ୮୭ ଗୋଟି ଖମ୍ବ ଓ ସେତୁର ଦୈର୍ଘ୍ୟ ୩୦୩୨ମିଟର ରହିଛି । ଏହି ସେତୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ୨୦୧୫ ମସିହାରେ ଧଳପୁର-ଆଠମଲ୍ଲିକ ସେତୁ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଥିଲା । ରାଜ୍ୟ ସରକାରଙ୍କ ପକ୍ଷରୁ ୧୬୮ କୋଟି ୯୧ ଲକ୍ଷ ଟଙ୍କା ବ୍ୟୟ ବରାଦରେ ସେତୁ ୨୦୧୬ ମସିହା ଡିସେମ୍ବର ମାସରେ ନିର୍ମାଣ କାମ ଆରମ୍ଭ ହୋଇଥିଲା ।

୨୦୨୨ ମସିହା ରେ ସେତୁ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଆଜି ଉକ୍ତ ସେତୁ କୁ ଆଭାସୀ ଜରିଆରେ ଲୋକାର୍ପିତ କରିଲେ  ମୁଖ୍ୟମନ୍ତ୍ରୀ । ଯାହାଫଳରେ ଦକ୍ଷିଣ -ଉତ୍ତର,ପଶ୍ଚିମ ଏବଂ ପୂର୍ବ ଓଡିଶା ମଧ୍ୟରେ ଗମନାଗମନ, ଶିକ୍ଷା, ବାଣିଜ୍ୟ ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଆନେକ ଉନ୍ନତି ହେବ ବୋଲି ବୌଦ୍ଧ ପୂର୍ତ୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଇଂ ପ୍ରଭାତ କୁମାର ଦାସ ପ୍ରକାଶ କରିଛନ୍ତି