କେସିଙ୍ଗା:  ୦୬ /୦୩ (ପ୍ରୀତେଶ ପଟେଲ)ରାଜ୍ୟ ର ନବୀନ ସରକାରଙ୍କ ଯୁଗାନ୍ତକାରୀ ଯୋଜନା ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାରେ ରାଜ୍ୟର କୋଟି କୋଟି ଗରିବ ଜନସାଧାରଣ ଙ୍କ ପାଇଁ ବୁମେରାଙ୍ଗ ପାଲଟିଥିବା ବେଳେ ଗତ କାଲି କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ରେ ସମୁଦାୟ ୨୬ ଟି ଗ୍ରାମ ପଂଚାୟତ ର ନୂତନ ୧୧୪୦ ଜଣ ହିତାଧିକାରୀ ବି ଏସ କେ ୱାଇ ଯୋଜନାରେ ସାମିଲ ହୋଇଛନ୍ତି ବ୍ଲକ୍ ପ୍ରଶାସନ ପକ୍ଷରୁ ଜଗନ୍ନାଥ ମନ୍ଦିର ପଡିଆ ପରିସରରେ ଏକ କାର୍ଯ୍ୟକ୍ରମ ଅନୁଷ୍ଟିତ କରାଯାଇ ନୂତନ ହିତାଧିକାରୀ ମାନଙ୍କୁ ସ୍ଵାସ୍ଥ୍ୟ କାର୍ଡ ବଣ୍ଟନ କରାଯାଇଥିଲା।

ଏଥିରେ ମୁଖ୍ୟ ଅତିଥି ଭାବରେ କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି ଯୋଗଦେଇ ଥିବା ବେଳେ କେସିଙ୍ଗା ବିଡ଼ିଓ ପଦ୍ମନାଭ ପୁରୋହିତ,ଏ ବି ଡି ଓ ସିଦ୍ଧେଶ୍ଵର ମେହେର,ବ୍ଲକ୍ ଯୋଗାଣ ଅଧିକାରୀ ସୁଶାନ୍ତ ସ୍ଵାଇ, ପ୍ରମୁଖ ମଞ୍ଚାସିନ ଥିଲେ। ଏଠାରେ ପ୍ରକାଶ ଥାଉ କି ୧୧୪୦ ଜଣ ନୂତନ ଯୋଗ୍ୟ ହିତାଧିକାରୀ ଙ୍କ ନାମ ଲିଷ୍ଟ ରେ ଥିଲେ ମଧ୍ୟ ଗତକାଲି୮୮୬ ଜଣ ଙ୍କ ସ୍ଵାସ୍ଥ୍ୟ କାର୍ଡ ବଣ୍ଟନ କରାଯାଇଥିଲା ବାକି ୧୫୪ ଜଣ ଙ୍କ କାର୍ଡ ପ୍ରିଣ୍ଟ ହୋଇନଥିବାରୁ ଦୁଇ ଚାରି ଦିନ ଭିତରେ କାର୍ଡ ଆସିଲେ ପ୍ରଦାନ କରାଯିବ ବୋଲି କେସିଙ୍ଗା ବିଡ଼ିଓ ପଦ୍ମନାଭ ପୁରୋହିତ ପ୍ରକାଶ କରିଛନ୍ତି।