ରାୟଗଡା :  (ରମାକାନ୍ତ ପୋଡାଲ )ବିଷମ କଟକ ନିର୍ବାଚନ ମଣ୍ଡଳୀର ଲୋକପ୍ରିୟ ନେତା ତଥା ଚର୍ଚ୍ଚିତ ଚେହେରା ଜଗନ୍ନାଥ ନୁଣ୍ଡୁରୁକା।ଏହି କେତେଦିନ ହେବ ଶ୍ରୀ ନୁଣ୍ଡୁରୁକା ଶଙ୍ଖ ଛାଡ଼ି ପଦ୍ମ ଧରିଥିବା ବେଳେ ଆଜି ଅମ୍ବାଦଳା ବିଜେପି ମଣ୍ଡଳ ପକ୍ଷରୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

କାର୍ଯ୍ୟକ୍ରମରେ ବହୁ ବରିଷ୍ଠ ବିଜେପି ନେତା ମାନେ ଉପସ୍ଥିତ ଥିବା ବେଳେ ଆମ୍ବାଦଳା ମଣ୍ଡଳରୁ ବହୁ କର୍ମୀ ଉପସ୍ଥିତ ରହିଥିଲେ।ଜଗନ୍ନାଥ ବିଜେଡି ଦଳ ଛାଡିବା ପରେ ବିଷମ କଟକ ବିଜେଡି ଦଳ ପାଇଁ ଅଡ଼ୁଆ ସୃଷ୍ଟି ହେଉଥିବା ଚର୍ଚ୍ଚା ହେଉଥିବା ବେଳେ ଏହାରି ଭିତରେ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ମାନଙ୍କ ସହ ବହୁ ଅସନ୍ତୋଷ ବିଜେଡି ନେତା କର୍ମୀ ମାନେ ବିଜେଡି ଦଳ ଛାଡ଼ି ଜଗନ୍ନାଥ ନୁଣ୍ଡୁରୁକାଙ୍କ ସହ ଠିଆ ହେବାକୁ ପ୍ରସ୍ତୁତି ଆରମ୍ଭ କରି ଦେଲେଣି ।

ଏମିତିକି ଜଗନ୍ନାଥ ନୁଣ୍ଡୁରୁକାଙ୍କୁ ବିଜେପି ବିଧାୟକ ଟିକେଟ ଦେଲେ ବିଜେଡି ଓ କଂଗ୍ରେସ ଦଳର ହଜାର ହଜାର ନେତା କର୍ମୀ ବିଜେପି ରେ ଯୋଗ ଦେବେ ବୋଲି ଆଲୋଚନା ହେଉଛି।