ସୁବର୍ଣ୍ଣପୁର : (ଅଜିତ କୁମାର ପୁଜାହାରୀ)ଆଜି ଜିଲ୍ଲାପରିଷଦ ସଭାଗୃହ ରେ ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ପଞ୍ଚାୟତି ରାଜ ଦିବସ ଓ ଲୋକସେବା ଦିବସ ପାଳନ ଅନୁଷ୍ଠିତ ହୋଇଯାଇଛି l ଦିବସ ପାଳନ ଅବସରରେ ଜିଲ୍ଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସୁପାର ଠେଲା ମୁଖ୍ୟଅତିଥି ଭାବେ ଯୋଗଦାନ କରି ଦିବସ ପାଳନର ତାତ୍ପର୍ଯ୍ୟ କହିବା ସହ ଦିବସର ମହତ୍ୱ କୁ ସବୁ ବର୍ଗରେ ଗୁରୁତ୍ୱ ଦେଇ ସମସ୍ତେ ନିଜ ନିଜ ସ୍ତରରେ ସମାଜ ବିକାଶ ପାଇଁ ସକାରାତ୍ମକ ମନୋଭାବ ପୋଷଣ କରି ଆଚରଣ ଓ ଉଚ୍ଚାରଣ ରେ ଦୃଢ଼ ହେବା ସହ ନିଃସ୍ୱାର୍ଥ ଭାବରେ ଜିଲ୍ଲା ତଥା ସମାଜ ବିକାଶ ରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି l

ଦିବସ ପରିପ୍ରେକ୍ଷୀରେ ସମ୍ମାନିତ ଅତିଥି ଭାବରେ ଉପାଧ୍ୟକ୍ଷ ଜିଲ୍ଲାପରିଷଦ ଝସକେତନ ବଘାର, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ମେହେର ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଓଡ଼ିଆ ଆଧ୍ୟପକ ସିଦ୍ଧାର୍ଥ ମହାବିଦ୍ୟାଳୟ ବିନିକା ନିରଞ୍ଜନ ପାଣ୍ଡିଆ ଯୋଗଦାନ କରି ଯୋଗଜନ୍ମା ଓଡ଼ିଶାର ବରପୁତ୍ର ବିଜୁ ପଟ୍ଟନାୟକ ଙ୍କ ଜୀବନ ଦର୍ଶନ ଓ ସମାଜ ପ୍ରତି ଦେଇଥିବା ବିଶେଷ ଅବଦାନ ଉପରେ ଆଲୋକପାତ କରି ତାଙ୍କର ମହାନ ଆଦର୍ଶରେ ଅନୁପ୍ରାଣିତ ହୋଇ ସମାଜକୁ ବିକାଶ ମାର୍ଗରେ ଆଗେଇ ନେବାକୁ ପରାମର୍ଶ ଦେଇଛନ୍ତି l ଜିଲ୍ଲାପରିଷଦ ପ୍ରୋଗ୍ରାମ ମ୍ୟାନେଜର ଶୈବାଲିନି ପଟ୍ଟନାୟକ ପଟ୍ଟନାୟକ ସଭା ସଂଚାଳନ ସହ ଧନ୍ୟବାଦ ଅର୍ପଣ କରିଥିଲେ l

ସମାରୋହ ପ୍ରାରମ୍ଭ ରେ ମୁଖ୍ୟଅତିଥି ତଥା ଅନ୍ୟାନ୍ୟ ଅତିଥି ବୃନ୍ଦ ଓଡ଼ିଶାର ବରପୁତ୍ର ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକ ଙ୍କ ଫଟୋଚିତ୍ର ରେ ପୁଷ୍ପମାଳା ପ୍ରଦାନ ପୂର୍ବକ ପ୍ରଦୀପ ପ୍ରଜ୍ବଳନ କରି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l ପରେପରେ ରାଜ୍ୟ ସ୍ତରରେ ମନୋନୀତ ପଞ୍ଚାୟତି ରାଜ ତଥା ଗ୍ରାମୀଣ ବିକାଶ ରେ ଉଲ୍ଲେଖନୀୟ ଅବଦାନ ହେତୁ ଅତିଥିବୃନ୍ଦ ସୁବର୍ଣ୍ଣପୁର ଜିଲ୍ଲାର 2022-23 ଆର୍ଥିକ ବର୍ଷ ନିମନ୍ତେ ଉଲୁଣ୍ଡା ବ୍ଲକ ର ଉଲୁଣ୍ଡା ଗ୍ରାମପଞ୍ଚାୟତକୁ ଏକ ଲକ୍ଷ ପଚାଶ ହଜାର, ବିନିକା ବ୍ଲକ ଅନ୍ତର୍ଗତ ସଂକରା ଗ୍ରାମପଞ୍ଚାୟତ କୁ ଏକ ଲକ୍ଷ ପଚିଶ ହଜାର ଓ ତରଭା ବ୍ଲକ ର ଝାରତରଭା ଗ୍ରାମପଞ୍ଚାୟତ କୁ ଏକ ଲକ୍ଷ ଟଙ୍କାର ଚେକ୍ ସହ ମାନପତ୍ର, ଟ୍ରଫି ଓ ଉପଢ଼ୌଙ୍କନ ପ୍ରଦାନ ପୂର୍ବକ ଅତିଥିବୃନ୍ଦ ସମ୍ବର୍ଦ୍ଧିତ କରିଥିଲେ l

ଏହି ଅବସରରେ ବିଭିନ୍ନ ବିଭାଗ ଦ୍ୱାରା ପଞ୍ଚାୟତ ସ୍ତରରେ କାର୍ଯ୍ୟକାରୀ ବିଭିନ୍ନ ଯୋଜନା ସମ୍ମିଳିତ ସଫଳ କାହାଣୀ ଭିଡିଓ ମାଧ୍ୟମରେ ପ୍ରଦର୍ଶନ କରାଯାଇଥିଲା l ସମାରୋହ ରେ ଜିଲ୍ଲା ସ୍ତରୀୟ ଅଧିକାରୀ, ଜିଲ୍ଲା ପରିଷଦ ସଦସ୍ୟ ସଦସ୍ୟା,ଜିଲ୍ଲାର ପଞ୍ଚାୟତିରାଜ ପ୍ରତିନିଧି, ବିଭାଗୀୟ ଅଧିକାରୀ,ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ l