ହରଭଙ୍ଗା(ଚିତ୍ତରଞ୍ଜନ ସିଂ)ମଙ୍ଗଳବାର ଅପରାନ୍ହ ୪  ଘଣ୍ଟା ସମୟରେ ବୌଦ୍ଧ ଥାନା ବଘିଆପଡା ଫାଣ୍ଡି ବହଲପଡା ଗ୍ରାମରେ ପୋକ୍ସୋ ମାମଲାର ଜଣେ ଫେରାର ଅଭିଯୁକ୍ତଙ୍କ ସମ୍ପତ୍ତି ବ୍ୟାଜାପ୍ତି ପାଇଁଁ ଆଜି ସାର୍ବଜନିନ ନୋଟିସ୍ ଜାରି କରିଛି ବୌଦ୍ଧ ପୋଲିସ l

ସମ୍ବଲପୁର ଅତିରିକ୍ତ ଜିଲ୍ଲା ଜଜଙ୍କ ନିର୍ଦ୍ଦେଶ କ୍ରମେ ସମ୍ବଲପୁର ସହର ଅଇଁଁଠାପାଲି ଥାନା ଅଂଚଳର ଏକ ପୋକ୍ସୋ ମାମଲାରେ ମୁଖ୍ୟ ଅଭିଯୁକ୍ତ ଥାଇ ୨୦୨୧  ମସିହାରୁ ଫେରାର ଥିବା ବହଲପଡା ଗ୍ରାମର ସୁଗ୍ରୀବ ସୁନାଙ୍କ ବିରୋଧରେ ଭାରତୀୟ କାର୍ଯ୍ୟବିଧି ଆଇନର ଧାରା ୨୨  ଅନୁଯାୟୀ ପୋଲିସ୍ ଉକ୍ତ ସାର୍ବଜନିନ ନୋଟିସ୍ ଜାରି କରିଛି |

ଆସନ୍ତା ୩୦  ଦିନ ମଧ୍ୟରେ ଅଭିଯୁକ୍ତ ସମ୍ବଲପୁର ଅତିରିକ୍ତ ଜିଲ୍ଲା ଜଜଙ୍କ ଅଦାଲତରେ ହାଜର ନ ହେଲେ ତାଙ୍କର ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ବ୍ୟାଜାପ୍ତି କରାଯିବ ବୋଲି ପୋଲିସ୍ ପକ୍ଷରୁ ଡାକବାଜି ଯନ୍ତ୍ର ଯୋଗେ ଘୋଷଣା କରିବା ସହ ବହଲ ପଡା ଗ୍ରାମ ଛକରେ ସାର୍ବଜନିନ ନୋଟିସ୍ ଜାରି କରିଥିବା ଦେଖିବାକୁ ମିଳିଥିଲା l