ଧର୍ମଗଡ ୦୫/୦୩ ( ହେମନ୍ତ କୁମାର ମାଝୀ)ସାରା ରାଜ୍ୟରେ ମାର୍ଚ୍ଚ ୫ ତାରିଖ ମଙ୍ଗଳବାର ଦିନ ପ୍ରବାଦ ପୁରୁଷ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଙ୍କ ୧୦୮ତମ ଜନ୍ମ ଜୟନ୍ତୀ ପାଳନ ହୋଇଯାଇଛି। ଧର୍ମଗଡ ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ସରକାରୀ ବେସରକାରୀ କାର୍ଯ୍ୟାଳୟ ଠାରେ ପଂଚାୟତରାଜ ଦିବସ ପାଳନ ହୋଇଥିବା ବେଳେ ଧର୍ମଗଡ ବିଜୁ କଲ୍ୟାଣ ମଣ୍ଡପ ଠାରେ ବିଜୁ ଜନତା ଦଳ ପକ୍ଷରୁ ଆଡମ୍ବର ସହ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ ପାଳନ ହୋଇଯାଇଛି।

କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ତଥା ଜିଲ୍ଲା ବିଜେଡି ସଭାପତି ପୁଷ୍ପେନ୍ଦ୍ର ସିଂ ଦେଓ ଙ୍କ ସମେତ ଅନେକ କର୍ମକର୍ତ୍ତା ଯୋଗ ଦେଇ ବିଜୁ ବାବୁଙ୍କ ଫୋଟୋ ରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ପ୍ରଦୀପ ପ୍ରଜ୍ଵଳ କରିଥିଲେ। ଆୟୋଜନ ସଭା ରେ ମଞ୍ଚସିନ ଅତିଥିମାନେ ପ୍ରବାଦ ପୁରୁଷ ଙ୍କ ଜୀବନୀ ଗାଥା ଉପରେ ପରିପ୍ରକାଶ କରିଥିଲେ । ଓଡ଼ିଶାର ବିକାଶ ,ସ୍ୱାଭିମାନ କଥା ଉଠିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ କୁ ବୁଝାଯାଏ।ତାଙ୍କ ଆଦର୍ଶ ପ୍ରେରଣା ରେ ଅନୁପ୍ରାଣିତ ହେବା ଆବଶ୍ୟକ ରହିଛି ।

ବିଶେଷ ଭାବେ ଯୁବପିଢି ତାଙ୍କ ଆଦର୍ଶ କୁ ଅନୁସରଣ କରି ରାଜ୍ୟ ତଥା ଦେଶ ର ବିକାଶ ରେ ପ୍ରମୁଖ ଭୂମିକା ଲିଭାଇ ପାରିବେ।କେବଳ ପ୍ରବାଦ ପୁରୁଷ ରାଜ୍ୟ ରେ ନୁହେଁ-ସାରା ବିଶ୍ୱରେ ତାଙ୍କର ସ୍ୱତନ୍ତ୍ର ପରିଚୟ ରହିଛି -ତାଙ୍କ ରାଜନୀତିକ ଜୀବନ ରେ ବିଧାନସଭା ଭିତରେ ଉଭୟ ଶାସକ ବିରୋଧୀ ସ୍ଵର୍ଗୀୟ ବିଜୁବାବୁ ଙ୍କୁ ସମ୍ମାନ ଦେବା ସହ ତାଙ୍କର କଥା ପଦେ କୁ ପ୍ରେରଣା ଭାବେ ଗ୍ରହଣ କରିଥିଲେ ବୋଲି ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂ ଦେଓ କହିଥିଲେ।

କାର୍ଯ୍ୟକ୍ରମ ରେ ବିଜୁ ମହିଳା ପଯ୍ୟବେଷକ ଜୋସ୍ନାରାଣୀ ପରିଡା, ଉପସଭାପତି ମହିଳା ମୋର୍ଚ୍ଚା ସମିତା ନାଏକ, ଧର୍ମଗଡ ଏନ ଏ ସି ଉପାଧ୍ୟକ୍ଷା ମନୀଷା ମିଶ୍ର, ସମାଜ ମଙ୍ଗଳ ବୋର୍ଡ ଅଧ୍ୟକ୍ଷା କଲ୍ୟାଣି ନାଏକ, ପୂର୍ବତନ ଏନ୍ ଏ ସି ଅଧ୍ୟକ୍ଷା ହୀରାବାଗ, ବରିଷ୍ଠ ବିଜେଡି ନେତା ଥବିର ପ୍ରସାଦ ସାହୁ, ବିଜେଡି ଉପଦେଷ୍ଟା ଆଇନଜୀବୀ ରାଜେନ୍ଦ୍ର ମୁନି, ଅଜିତ ସାହୁ, ପ୍ରଦୀପ ମୁଣ୍ଡ, ବିବେକ ରଞ୍ଜନ ମିଶ୍ର, ରାଜେନ୍ଦ୍ର ନାଏକ, ଟିକମନ ୟାଦବ, ଗୌରଚନ୍ଦ୍ର ଛତ୍ରିଆ, ମଦନ ନାଏକ, ଅଶୋକ କୁମାର ପାଟ୍ଟଯୋଷୀ, ଦିବ୍ୟସିଂହ ମହାନ୍ତି, ଅନିରୁଦ୍ଧ ଲହଜଳ, ଵିଧାୟକ ପ୍ରତିନିଧି ସ୍ଵାଧୀନ ବାଗ, ପ୍ରଶାନ୍ତ ତିଓ୍ଵାରୀ,ଭଵେଶ ଗଏନ୍ତା, ଗୌର ବାଗ, ସଞ୍ଜିବ ପଣ୍ଡା, ଜିଲ୍ଲା ପରିଷଦ ସଭ୍ୟ ଶଙ୍କର ଜୁଏଡ, ପ୍ରଣବ ପ୍ରକାଶ ଭଇଶାଲ,ଵଲରାମ ପୂଝାରୀ, ପ୍ରମୁଖ ଉପସ୍ଥିତ ଥିଲେ।