ସୁବର୍ଣ୍ଣପୁର : (ଅଜିତ କୁମାର ପୁଜାହାରୀ)ଦୀର୍ଘ ଦୁଇବର୍ଷ ତଳେ ସରକାରଙ୍କ ତରଫରୁ ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ମାରାଡୁଗୁଛା ଗ୍ରାପ ଅଧୀନରେ ଥିବା ଗୁହୁରିଆଘାଟ ଗ୍ରାମରେ ଏକ ନାଟକ ମଣ୍ଡପ ପାଇଁ ଅର୍ଥ ଦିଆଯାଇ ଥିଲା l ଯଦିଓ କାର୍ଯ୍ୟାଦେଶ କନିଷ୍ଠ ଯନ୍ତ୍ରୀ ଭ୍ରମରବର ବାଘଙ୍କ ନାମରେ ଥିଲା, ତେବେ ଗ୍ରାମବାସୀ ସମସ୍ତେ କମିଟି କରି କାମଟିକୁ ତିନିମାସ ହେଲା ସମାପ୍ତ କରିଛନ୍ତି l

ତେବେ କାମ ସରିଲା ପରେ ମଧ୍ୟ ଗ୍ରାମବାସୀ ବ୍ଲକ୍ ଅଫିସ କୁ ଦୌଡ଼ି ଦୌଡି ନୟାନ୍ତ ହେଲାପରେ ଗତ ୨୬ ତାରିଖରେ ଗିନି ମୃଦଙ୍ଗ ଧରି ଅଭିନବ ପ୍ରତିବାଦ କରି କନିଷ୍ଠ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀଙ୍କୁ ବେକରେ ଗାମୁଛା ଓ ଫୁଲମାଳ ଦେଇ ପ୍ରତିବାଦ କରିଥଲେ l ଏହି ଘଟଣାର ଚାରି ଦିନ ପରେ ରାଜନୈତିକ ଚାପରେ ବିଡ଼ିଓ ଏବଂ କନିଷ୍ଠ ଯନ୍ତ୍ରୀ ଗ୍ରାମବାସୀଙ୍କ ନାମରେ ଥାନା ରେ ଏତଲା ଦେଇଥିଲେ l

ପ୍ରତିବାଦରେ ଗ୍ରାମବାସୀ ବରିଷ୍ଟ ଓକିଲ ତଥା ସମାଜସେବୀ ବଳଦେବ ବେଦବାକଙ୍କ ନେତୃତ୍ୱ ରେ ଶହଶହ ସଂଖ୍ୟାରେ ଆସି ତରଭା ଥାନାରେ ବିଡ଼ିଓ ଅନିଲ ପ୍ରାସାଦ କୁଲୁ, କନିଷ୍ଠ ଯନ୍ତ୍ରୀ ଶ୍ରୀ ଭ୍ରମରବର ବାଗ ଓ ସହକାରୀ ଯନ୍ତ୍ରୀ ଶ୍ରି ସାହୁଙ୍କ ନାମରେ ଏତଲା ରୁଜୁ କରିଥିଲେ। ଉକ୍ତ ଏତଲାକୁ ତରଭା ପୋଲିସ୍ ଥାନା କେସ ନମ୍ୱର୍ -୮୩/୨୪ ରେ ଭାରତୀୟ ପିଙ୍ଗଳ କୋଡ଼ ର ୨୯୪,୫୦୬,୩୦୭/୩୪ ଧାରାରେ ରେଜେଷ୍ଟ୍ରୀ କରି ତଦନ୍ତ ଜାରି ରଖିଛନ୍ତି l

ତେବେ ଏଭଳି ଏକ ଛୋଟ ବିଷୟକୁ ବିଡ଼ିଓଙ୍କ ଅପରିପକ୍ୱତା ଯୋଗୁଁ ସମାଧାନ୍ କରିବା ପରିବର୍ତ୍ତେ କୋର୍ଟ କଚେରୀ ପର୍ଯ୍ୟନ୍ତ କଥା ଗଲା ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହୁଏ l ତେବେ ତୁରନ୍ତ ବିଡ଼ିଓ, କନିଷ୍ଠ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀ ଙ୍କୁ ଗିରଫ କରିବାକୁ ଶ୍ରୀ ବଳଦେବ ବେଦବାକ ଦୃଢ଼ ଦାବୀ କରିଛନ୍ତି।