କାଶୀପୁର :   (ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁର ସଦର ମହକୁମା ରେ ଆଜି ଡ୍ରାଇଭର ସଂଘ କାର୍ଯ୍ୟଳୟ ର ଭିତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ହେଇଯାଇଛି । କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ରାୟଗଡା ବିଧାୟକ ଶ୍ରୀ ମକରନ୍ଦ ମୁଦୁଲି ଯୋଗ ଦେଇଥିବା ବେଳେ ବ୍ଲକ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳ ରୁ ଶତାଧିକ ଡ୍ରାଇଭର ଉପସ୍ଥିତି ଥିଲେ ।

କାଶୀପୁର ଏକ ଶିଳ୍ପାଞ୍ଚଳ । ଅଞ୍ଚଳ ରେ ଶତାଧିକ ଭାରିଯାନ ସମେତ ବିଭିନ୍ନ ଗାଡି ମୋଟର ଚଳାଚଳ ହେଇଥାଏ । ଏଭଳି ସ୍ଥିତିରେ ଡ୍ରାଇଭର ଙ୍କ କଲ୍ୟାଣ ଭବିଷ୍ୟତ ପାଇଁ କୌଣସି ସଂଘ କିମ୍ବା ନିର୍ଦ୍ଧିଷ୍ଟ କାର୍ଯ୍ୟଳୟ ପୂର୍ବରୁ ନ ଥାଇ ଡ୍ରାଇଭ ମାନଙ୍କ ଭବିଷ୍ୟତ ଅନ୍ଧକାର ମଧ୍ୟରେ ଗତି କରୁଥିବା ଦେଖିବାକୁ ମିଳୁଥିଲା । ବର୍ତ୍ତମାନ କାଶୀପୁର ଠାରେ ଡ୍ରାଇଭର ମହାସଂଘ ଅନୁକୂଲ୍ୟ ରେ  ଏକ ସଂଘ ଆରମ୍ଭ ହେଇଥିବା ବେଳେ କିଛି ଦିନ ଧରି ଅସମୟ ରେ ଏହି ସଂଘ ବର୍ତ୍ତମାନ ଡ୍ରାଇଭର ଙ୍କର ବିପତିରେ ସହାୟକ ସାଜି ଅନେକ ମଙ୍ଗଳ କାର୍ଯ୍ୟ ରେ ଜଡିତ ରହିଛି ।

ଏହାକୁ ଦୃଷ୍ଟିରେ ରଖି ଏକ କାର୍ଯ୍ୟଳୟ ଗୃହ ନିମନ୍ତେ ସଂଘ ପକ୍ଷରୁ ସଂଘର୍ଷ ଜାରିରହିଥିବାବେଳେ ଆଜି ମାନ୍ୟବର ରାୟଗଡା ବିଧାୟକ ଙ୍କ ପାଣ୍ଠି ର ୫ ଲକ୍ଷ ଟଙ୍କା ବ୍ୟୟ ବରାଦ ରେ ଏହି ଶୁଭ ଗୃହ ର ଭିତିପ୍ରସ୍ତର ସ୍ଥାପନ କରାଯାଇଥିଲା । କାର୍ଯ୍ୟକ୍ରମ କୁ ସଂଘ ସଭାପତି ଜଗୀ ଜୀବନ ନାଏକ ପରିଚାଳନା କରିଥିବାବେଳେ ପୂଜାର୍ଚ୍ଚନା କାର୍ଯ୍ୟ ଟୁନା ଶତପଥି ସେହିପରି ସଂଘ ଆଇନ ପରାମର୍ଶ ଦାତା ଓକିଲ କଂହେଇ ଲାଲ ଜୈନ , ଜିଲ୍ଲା କଂଗ୍ରେସ କୃଷକ ସଂଘ ସଭାପତି ପି ଦେବେନ୍ଦ୍ର ରାଓ , ଶତାଧିକ ଡ୍ରାଇଭର ଙ୍କ ମଧ୍ୟରୁ ବରିଷ୍ଠ ଡ୍ରାଇଭର ମଧ୍ୟରୁ ଲୋଚନ ଗୋପାଳ, ଅମର ଗୋପାଳ ଗଣେଶ୍ୱର ବୈଠାରୁ, ଜଗନ୍ନାଥ ତୁରୁକ , ପଦ୍ମନାଭ ପରିଛା, ଚନ୍ଦ୍ର ଗୋପାଳ, ଅନୀଲ ନାଏକ, କିଶୋର ଭୂଇଁଆ, ଅନ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।