ଧର୍ମଗଡ:୨୯/୨(ହେମନ୍ତ କୁମାର ମାଝୀ)ଗତ ୨୦୧୮ ମସିହା ସେପ୍ଟେମ୍ବର ୨ ତାରିଖ ରେ ଆମ୍ବପାଣି ଥାନା ଅର୍ନ୍ତଗତ ନୂଆ ଗାଁ ର ଦୁର୍ଜନ ସୁନାନୀ ତାଙ୍କ ସ୍ତ୍ରୀ ଦେବକୀ ରାଉତ ଙ୍କୁ ଯୌତୁକ ପାଇଁ ଦଉଡ଼ି ରେ ତଣ୍ଟି ଚିପି ହତ୍ୟା କରିଥିଲା।ଏହି ଘଟଣା ନେଇ ଦେବକୀ ର କାକା କୁବେର ରାଉତ ଆମ୍ବ ପାଣି ଥାନା ରେ ଅଭିଯୋଗ କରିଥିଲେ। ଆମ୍ବ ପାଣି ପୁଲିସ ଏକ ମକଦ୍ଦମା ରୁଜୁ କରି ଅଭିଯୁକ୍ତ ଦୁର୍ଜନ ସୁନାନୀ କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ।

ଆଜି ଉକ୍ତ ମାମଲା ର ବିଚାର କରି ସମସ୍ତ ସାକ୍ଷ୍ୟ ପ୍ରମାଣ କୁ ଆଧାର କରି ମାନ୍ୟବର ଅତିରିକ୍ତ ଜିଲ୍ଲା ଦୌରା ଜର୍ଜଧର୍ମଗଡ ସୁରେଶ ଚନ୍ଦ୍ର ପ୍ରଧାନ ଅଭିଯୁକ୍ତ କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।କେଶ ନମ୍ବର ୫୨/୨୦୧୮ଧାରା ୩୦୨ ଅନୁସାରେ ଅଭିଯୁକ୍ତ କୁ ଆଜୀବନ କାରାଦଣ୍ଡ ସହିତ ୧୦ ହଜାର ଟଙ୍କା ଜରିମାନା ଦଣ୍ଡା ଦେଶ ଶୁଣାଇ ଛନ୍ତି। ସରକାର ଙ୍କ ପକ୍ଷରୁ ସରକାରୀ ଓକିଲ ପୂର୍ଣ୍ଣ ଚନ୍ଦ୍ର ନାଗ ଏହି ମାମଲା ପରିଚାଳନା କରିଥିଲେ।