ବୌଦ୍ଧ- ( ଚିତ୍ତରଞ୍ଜନ ସିଂହ )ବୌଦ୍ଧ ଜଳସମ୍ପଦ ବିଭାଜନ କାର୍ଯ୍ୟାଳୟର କନିଷ୍ଠ ଯନ୍ତ୍ରୀ ପ୍ରଦୀପ କୁମାର ଘୋଷ ନିଜ ବାସଭବନରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି l ଘଟଣା କୁ ନେଇ ବର୍ତମାନ ସହରରେ ଚର୍ଚ୍ଚା ର ବିଷୟ ହୋଇଛି l ଏପଟେ ପୋଲିସ ଘଟଣା ସ୍ଥଳ ରେ ପହଁଚି ମୃତ ଦେହ କୁ ଉଦ୍ଧାର କରିଥିବା ବେଳେ ଘଟଣା ର ତଦନ୍ତ ଚଳାଇଛି l

ସୂଚନା ମତେ ମୃତ ଯନ୍ତ୍ରୀ ଙ୍କ ଘର ବାରିପଦା ସେ ବୌଦ୍ଧ ଜଳସମ୍ପଦ ବିଭାଜନ କାର୍ଯ୍ୟାଳୟ ରେ କନିଷ୍ଟ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ବେଳେ ମାନସିକ ସ୍ତରରେ ଦୁର୍ବଳ ଥିଲେ, କିନ୍ତୁ ନିୟମିତ ଓଷଧ ସେବନ କରୁଥିଲେ ବୋଲି ତାଙ୍କ ସହବନ୍ଧୁ ମାନେ ପ୍ରକାଶ କରନ୍ତି କିଛିଦିନ ହେଲା ସେ ନୀରବ ରହିବା ସହ ଗତକାଲି ଅଫିସ ରୁ ଫେରି ଥିଲେ l

ଘରେ ଦୀର୍ଘ ସମୟ ଧରି କବାଟ ଦେଇ ଭିତରେ ରହିବାପରେ ପଡୋଶୀ ଓ ତାଙ୍କ କର୍ମଚାରୀ ମାନେ ତାଙ୍କୁ ଡାକିଥିଲେ, ପରେ ପଛପଟ ଝରକା ଫାଡ଼ି ଦେଖିଲା ପରେ ରହୁଥିବା ବାସଭବନ ପଙ୍ଖା ରେ ଝୁଲନ୍ତା ଅବସ୍ଥାରେ ଥିଲେ l ପରେ ସ୍ଥାନୀୟ ଲୋକେ ତୁରନ୍ତ ଆଦର୍ଶ ପୋଲିସ କୁ ଜଣାଇଥିଲେ l ପୋଲିସ ଘଟଣା ସ୍ଥଳ ରେ ପହଁଚି ସବ କୁ ଜବତ କରିଛି l ଏପଟେ ତାଙ୍କ ଘର ଲୋକଙ୍କୁ ଖବର ଦିଆଯାଇଥିବା ବେଳେ ସମ୍ପର୍କୀୟ ପହଁଚିଲେ ଶଵବ୍ୟବଚ୍ଛେଦ ହେବ ବୋଲି ପୋଲିସ ସୂତ୍ରରୁ ସୂଚନା ମିଳିଛି l ଅନ୍ୟପଟେ ସେ କେଉଁ କାରଣରୁ ଆତ୍ମହତ୍ୟା କଲେ ପରିବାର ଚାପ ନା କାର୍ଯ୍ୟାଳୟ ର ଚାପ ଯୋଗୁଁ ସେ ଆତ୍ମହତ୍ୟା କଲେ ତାହା ତଦନ୍ତ କଲେ ଜଣାପଡିବ ବୋଲି ପୋଲିସ କହିଛି I