ହରଭଙ୍ଗା ( ଚିତ୍ତରଞ୍ଜନ ସିଂହ ).ଡ୍ରେନରେ ପଡ଼ି ଆଖି ଭିରକୁ ପଶିଲା ଲୁହା ରଡ଼ । ଗୁରୁତର ଅବସ୍ଥାରେ ଧଳପୁର ମେଡ଼ିକାଲରେ ଭର୍ତ୍ତି କଲେ ସ୍ଥାନୀୟ ବାସିନ୍ଦା ।ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଧଳପୁର ପୂର୍ତ୍ତ ବିଭାଗ ରାସ୍ତାର ଡ୍ରେନରେ ପଡିଲେ ଯୁବକ ।

ବାରମ୍ବାର ଅଭିଯୋଗ, ଗଣ ମଧ୍ୟମ ରେ ପ୍ରକାଶ ପରେ ବି ମୁକୁଳା ଡ୍ରେନରେ ପଡୁନଥିଲା ପ୍ଲେଟ ।ଡ୍ରେନ ମୁକୁଳା ଥିବାରୁ ବେପାରୁଆ କୋଇଲା ବୋଝେଇ ଟ୍ରକ ରୁ ଜୀବନ ବଞ୍ଚାଇବାକୁ ଯାଇ ଡ୍ରେନ ରେ ସାଇକେଲ ଆରୋହୀ ଯୁବକ ପଡି ମୁଣ୍ଡରେ ଭୀଷଣ ଆଘାତ ସହିତ ଆଖି ରେ ମୁକୁଳା ଡ୍ରେନ ରୁ ଲୁହା ରଡ଼ ପଶି ମୁଣ୍ଡରେ ବାହାରିଲା l

ଦୁର୍ଘଟଣା ଗ୍ରସ୍ତ ଯୁବକ ଜଣକ ହେଲେ ପୁରୁଣାକଟକ ଥାନା ଶରଧାପୁର ଗ୍ରାମର ସୁଶୀଲ କର୍ଣ୍ଣ l ସେ ଶୁଦ୍ଧିକ୍ରିୟା କାର୍ଯ୍ୟ ରେ ଅନଗୁଳ ଜିଲ୍ଲା କଣ୍ଠ ପଡା ଗ୍ରାମକୁ ଆଜି ସକାଳୁ ଯାଉଥିବା ବେଳେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲେ l ଉକ୍ତ ଦୁର୍ଘଟଣା ଟି ପୂର୍ତ୍ତ ବିଭାଗ ମନମୁଖୀ କାର୍ଯ୍ୟ ନେଇ ହୋଇଥିବା ରୁ ବିଭାଗ କୁ ଦାୟୀ କରୁଛନ୍ତି ସ୍ଥାନୀୟ ବାସିନ୍ଦା ।ଗୁରୁତର କୁ ଅନଗୁଳ ଜିଲ୍ଲା ଆଠମଲ୍ଲିକ ଡାକ୍ତର ଖାନାକୁ ଆମ୍ବୁଲାନ୍ସ ଯୋଗେ ସ୍ଥାନାନ୍ତରିତ କରାଯାଇଥିଲା l ସେଠାରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବହୁ ଗୁରୁତର ଥିବାରୁ ତାଙ୍କୁ ପୁଣି ଅନଗୁଳ ମୁଖ୍ୟ ଡାକ୍ତରଖାନା କୁ ସ୍ଥାନାନ୍ତରିତ କରାଯାଇଥିବା ଜଣା ପଡିଛି l