ଝରୀଗାଁ ବ୍ଲକ :୨୧ /୦୨(ବେଣୁ ଗୋପାଳ ରାଓ )ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ବଡ଼ ଟେମରା ପଂଚାୟତ ଅନ୍ତର୍ଗତ ଚେପଟିଆମ୍ବା ଗ୍ରାମରେ ନବଦିନ ଧରି ଚାଲିଥିବା ବାଲିଯାତ୍ରା ଆଜି ଶାନ୍ତି ଶୃଙ୍ଖଳାର ସମାପିତ ହୋଇଯାଇଛି |ବାଲିଯାତ୍ରାର ଶେଷ ଦିନରେ ପ୍ରବଳ ଜନ ସମାଗମ ସାଙ୍ଗକୁ ଉଠା ଦୋକାନୀ ମାନଙ୍କ ପ୍ରବଳ ଭିଡ଼ ଦେଖୁବାକୁ ମିଳିଛି |ଉକ୍ତ ବାଲିଯାତ୍ରା ଗତ ତା ୧୨ରିଖ ଦିନ ରୀତିନୀତି ଅନୁସାରେ ଆରମ୍ଭ ହୋଇ ତା ୨୦/୦୨ରିଖ ମଙ୍ଗଳବାର ଦିନ ଶେଷ ହୋଇଛି |

ଉକ୍ତ ବାଲିଯାତ୍ରାରେ ମନବୋଧ ପୂଜାରୀ, ଧବା ପୂଜାରୀ, ଘାଷିରାମ ନିଆଲ, ଗୋବିନ୍ଦ ଯାନୀ, ଡୋମେନ ଯାନୀ, ରମେଶ ହରିଜନ, ଗୁରୁବନ୍ଧୁ ଯାନୀ, ସିନ୍ଧୁ ଯାନୀ, ଭଗବାନ ଯାନୀ, ଭଦର ଯାନୀ, ରାମଧର ଯାନୀ, ଲକ୍ଷମୁଁ ଯାନୀ, ଘେନୁ ଯାନୀ, ମୋହନ ପୂଜାରୀ, ମନବୋଧ ଯାନୀ, ବୁଜ ଯାନୀ, ଲଖଣ ପୂଜାରୀ, ଦୁର୍ଗା ପୂଜାରୀ, ଅଭି ଯାନୀ, ଚକ୍ର ଯାନୀ, ଡ଼ୁମର ଯାନୀ, କମଳୁ ଯାନୀ, ରୂପଧର ଯାନୀ, ମୁକୁ ଯାନୀ, ସୁବାସ ପୂଜାରୀ, ଗୁମନ ଯାନୀ ପ୍ରମୁଖ ଉପସ୍ଥିତ ରହିଥିଲେ |ଉକ୍ତ ବାଲିଯାତ୍ରାକୁ ଉସିଗାଁ ର ହୀରାଦେଇ ଗୁରୁ ମାଇନି ନିମନ୍ତ୍ରିତ ହୋଇ ଆସି ନଅ ଦିନ ଧରି ସୁଚାରୁ ରୂପେ ପରିଚାଳନା କରିଥିଲେ |ରାତ୍ରିରେ ଦର୍ଶକ ମାନଙ୍କ ମନରଞ୍ଜନ ପାଇଁ ଦୁଇଗୋଟି ଦେଶିଆ ନାଟକ ମଧ୍ୟ ମଞ୍ଚସ୍ଥ ହୋଇଥିଲା |