କେସିଙ୍ଗା ( ପ୍ରୀତେଶ ପଟେଲ) ଭବାନୀପାଟଣା ନିର୍ବାଚନ ମଣ୍ଡଳୀ ରେ କେସିଙ୍ଗା ବ୍ଲକ ର ୧୭ ଟି ପଞ୍ଚାୟତ ସାମିଲ ରହିଛି । ଏହି ୧୭ ଟି ପଞ୍ଚାୟତ ର କର୍ମୀ ମାନଙ୍କୁ ନେଇ ଏକ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। କେସିଙ୍ଗା ବ୍ଳକର ୧୭ ପଞ୍ଚାୟତ ର ଯୁବବର୍ଗ ,ୱାର୍ଡ ସଭାପତି ,ସରପଞ୍ଚ ,ପୂର୍ବତନ ସରପଂଚ, ନାଏବ ସରପଞ୍ଚ ,ସମିତି ସଭ୍ୟ ଓ ବିଜେଡି ର କର୍ମୀ ମାନଙ୍କୁ ନେଇ କିକିଆ ପଞ୍ଚାୟତର ଡଙ୍ଗରମୁଲି ଶିବମନ୍ଦିର ର ପ୍ରାଙ୍ଗଣ ରେ ଅନୁଷ୍ଠିତ ହୋଇଯାଇଛି ।

ଏହି ବୈଠକ ରେ ବିଜେଡି ରାଜ୍ୟ ଯୁବ ବରିଷ୍ଠ ଉପ ସଭାପତି ଶ୍ରୀ ମଣ୍ଟୁ ନାଏକ ନେତୃତ୍ୱ ନେଇଥିଲେ ।ଏହି ବୈଠକରେ ଶ୍ରୀ ନାଏକ ଯୋଗଦେଇ ତୃଣମୂଳ ସ୍ତରରେ ଯୁବ ସଂଗଠନକୁ ସୁଦୃଢ କରିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସମସ୍ତ ଲୋକାଭିମୁଖୀ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଆହ୍ବାନ ଦେଇଥିଲେ।। ବିଜେଡି ସଂଗଠନକୁ ଓ୍ବାର୍ଡ ସ୍ତରରୁ ମଜଭୂତ କରିବା ସହିତ ଷଷ୍ଠ ଥର ପାଇଁ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ସମସ୍ତେ ସଂକଳ୍ପ ନେଇଥିଲେ । କେସିଙ୍ଗା ବ୍ଲକର ପଞ୍ଚାୟତ ସ୍ତରରେ ବିକାଶ ମୂଳକ କାର୍ଯ୍ୟ ହାତକୁ ନେଇଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ୫ଟି ଅଧ୍ୟକ୍ଷ ଶ୍ରୀ ଭି କେ ପାଣ୍ଡିଆନଙ୍କ ସମସ୍ତେ ଧନ୍ୟବାଦ ଜଣାଇଥିଲେ ।