ସୁବର୍ଣ୍ଣପୁର : (ଅଜିତ କୁମାର ପୁଜାହାରୀ)ଆଜି ସୁବର୍ଣ୍ଣପୁର ଜିଲ୍ଲାର ମନହୀରା ଠାରେ ରେ ବଲାଙ୍ଗିର, ବୌଦ୍ଧ, ଅନୁଗୁଳ ଆଦି ଜିଲ୍ଲାର ୨୨  ଗୋଟି ଉପକେନ୍ଦ୍ର ସଭାପତି ସମ୍ପାଦକ ତଥା ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ l ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ପଣ୍ଡରା ମାଲି ସମାଜ ର ସଭାପତି ରସରାଜ ସା ଙ୍କୁ ସମ୍ବର୍ଦ୍ଧିତ କରାଯାଇ ଥିବା ବେଳେ ୨୨  ଟି ଉପକେନ୍ଦ୍ରର ମେଟ୍ରିକ୍ ଓ +2 ରେ ଟପ୍ପର ହୋଇଥିବା ପଣ୍ଡରା ସମାଜର ଛାତ୍ର ଛାତ୍ରୀ ଙ୍କୁ ପାଞ୍ଚ, ତିନି ଓ ଦୁଇ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରଯାଇଥିଲା l

ଏହା ସହିତ ସମାଜସେବା ଓ ପ୍ରଶାସନିକ ସ୍ତର ରେ କୃତିତ୍ୱ ହୋଇଥିବା ସମସ୍ତ ପଣ୍ଡରା ମାଲି ସମାଜ ର ବ୍ୟକ୍ତି ବିଶେଷ ଙ୍କୁ ସମର୍ଦ୍ଧନା ଓ ମାନପତ୍ର ଉପଢୌକନ ପ୍ରଦାନ କରାଯାଇଥିଲା l ପରେ ଏକ ମେଗା ରକ୍ତଦାନ ଶିବିର ଆୟୋଜିତ ହୋଇ ୫ଜଣ ମହିଳାଙ୍କ ସମେତ ସମୁଦାୟ ୪୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା l ସେହିପରି ମହାନଦୀ ନେତ୍ର ଚିକିତ୍ସାଳୟ ତରଫରୁ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ ହୋଇ ଥିଲା। ଜିଲ୍ଲା ରକ୍ତ ଦାତା ସେବା ସଂଘ ସଭାପତି ମନୋଜ ପଣ୍ଡା ଓ ମହାନଦୀ ନେତ୍ର ଚିକିତ୍ସାଳୟ ର ଶିବିର ସଂଯୋଜକ ଧର୍ମରାଜ୍ ସାହୁ ଏହି ଶିବିର କୁ ସଂଯୋଜନା କରିଥିଲେ ।

ଏହି ରକ୍ତ ଦାନ ଶିବିର ରେ ସୁବର୍ଣ୍ଣପୁର ଜିଲ୍ଲାର ମହାକେନ୍ଦ୍ର ସଭାପତି ରଂଜନ ମହଲା ଓ ସଂପାଦକ ଗୋପାଳ ଚନ୍ଦ୍ର ସା ମନହିରା ଉପକେଦ୍ର ର ସଭାପତି ଗଣେଶ୍ୱର ଭୋଇ, ସମ୍ପାଦକ କମ୍ଭ ପାଣି ଚୌହାନ, ନିତ୍ୟାନନ୍ଦ ସା ଓ ପରୀକ୍ଷ ସା ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ କୁ ସୁଚାରୁ ରୁପେ ପରିଚାଳନା କରିଥିଲେ । ପଣ୍ଡରା ସମାଜର ଅଧିଷ୍ଠାତ୍ରୀ ଦେବୀ ପାଟଣେଶ୍ୱରି ଓ ସମଲେଶ୍ଵରୀ ଙ୍କ ପୂଜାର୍ଚନା ଓ ଛୋଟ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ସାଂସ୍କୃତିକ କାର୍ଯକ୍ରମ ମାନ ଆୟୋଜନ କରା ଯାଇଥିଲା।