କେସିଙ୍ଗା :  (ପ୍ରିତେଶ ପଟେଲ )ମନୁଷ୍ୟର ଚିନ୍ତା ଚେତନାକୁ ପରିଶୁଦ୍ଧ କରିବା ସହିତ ତାର ଚିନ୍ତାଧାରାକୁ ସକାରାତ୍ମକ କରି ସମାଜରେ ସଂସ୍କାର ଆଣିଥାଏ  । କଳାହାଣ୍ଡି ର କେସିଙ୍ଗା ସ୍ଥିତ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଚେତାବନୀ ସାହିତ୍ୟ ସଂସଦର ୩୬  ତମ ପୁଷପୁନି ଭେଟଘାଟ ଶିଳ୍ପୀ ସମ୍ବର୍ଦ୍ଧନା ସମାରୋହ ଓ ଲେଖକ ସମାବେଶକୁ କଳାହାଣ୍ଡି ର ସଂସ୍କୃତି ସଂଗଠକ ଜୟନ୍ତ ବେହେରା ଉଦଘାଟନ କରି କଳାହାଣ୍ଡିକୁ କଳାର କଳସ ଭାବରେ ଅଭିବ୍ୟକ୍ତ କରି ଏହି ଜିଲ୍ଲାର ପ୍ରାଚୀନ କଳା ଓ ସଂସ୍କୃତି ଅତି ମହାନ ବୋଲି ବିଭିନ୍ନ ଦୃଷ୍ଟିରୁ ବ୍ୟାଖ୍ୟା କରିଥିଲେ l

ଏହି ପ୍ରଥମ ଅଧିବେଶନ ରେ ମୂଖ୍ୟ ଅତିଥି ଭାବରେ ଭୁବନେଶ୍ୱର ର ବିଶିଷ୍ଟ କଥାକାର ଡ ଯଶୋବନ୍ତ ସାମଲ , ଡ ପ୍ରିତିଧାରା ସାମଲ,କେସିଙ୍ଗା ମହା ବିଦ୍ୟାଳୟର ଅଧ୍ୟକ୍ଷ ସୁଶାନ୍ତ କୁମାର ପାଢ଼ୀ,ପରମେଶ୍ବର ମୁଣ୍ଡ, ନିରୋଜ ପଟ୍ଟନାୟକ ଓ ସାହିତ୍ୟିକ ବୈଷ୍ଣବ ଚରଣ ସାହା ପ୍ରମୁଖ ମଞ୍ଚାଷିନ ଥିବା ବେଳେ ଦ୍ୱିତୀୟ ଅଧିବେଶନ ରେ ବରେଣ୍ୟ ଅତିଥି ଭାବରେ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ପ୍ରାପ୍ତ କବି ଯୁଗଳ କିଶୋର ଷଡ଼ଙ୍ଗୀ,ସୁକାନ୍ତ ସାହୁ,ଶ୍ରୀମତୀ ମୁକୁଲ ମିଶ୍ର,ପଦ୍ମାଳୟା ସାମଲ ମଞ୍ଜୁ ମେଧା ଗୁରୁ,ନାର୍ମଦା ନିଲୋତ୍ପଲା ଓ ପୁଣ୍ୟଦିପା ଖମାରୀ ପ୍ରମୁଖ ଉପସ୍ଥିତ ରହି” ଆମ କବି ଆମ କବିତା” କବିତା ଅନ୍ତାକ୍ଷରି ଅନୁଷ୍ଟିତ ହୋଇଥିଲା।

ଓ ଉଦଯାପନୀ ପର୍ବ ସନ୍ଧ୍ୟା ୫ ଟା ବେଳେ ଅନୁଷ୍ଟିତ ହୋଇ ଥିବା ବେଳେ ମୂଖ୍ୟ ଅତିଥି ଭାବରେ ବିଶିଷ୍ଟ ଗାଳ୍ପିକା ଗାୟତ୍ରୀ ସରାଫ,ମା ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟ ର କୁଳପତି ପ୍ରଫେସର ସଞ୍ଜୟ କୁମାର ଶତପଥୀ, ଡ ପ୍ରଦୀପ କୁମାର ପଣ୍ଡା,ଡାକ୍ତର ହେମସାଗର ସାହା, ଚେତାବନୀ ସାହିତ୍ୟ ସାଂସଦ ର ସଭାପତି ଯାଜ୍ଞସେନୀ ସାହା, ଡ ସେନାପତି ପ୍ରଦ୍ୟୁମ୍ନ କେଶରୀ,ସମ୍ପାଦକ ରଂଜନ କୁମାର ପଣ୍ଡା ପ୍ରମୁଖ ମଞ୍ଚାଷିନା ଥିବା ବେଳେ ମଞ୍ଚ ପରିଚାଳନା କରିଥିଲେ ଗୌରାଙ୍ଗ ସାହୁ ଓ ଚେତାବନୀ ସାହିତ୍ୟ ସାଂସଦ ର ଉପ ସଭାପତି ରମେଶ କୁମାର ଜେନା।

ଶେଷରେ ରାଜ୍ୟ ସ୍ତରୀୟ ପୁରସ୍କାର ଓ ସମ୍ମାନ ୨୦୨୩ ରେ ଦୁର୍ଗାବତୀ ସ୍ମାରକୀ କଳାହାଣ୍ଡି ସାରସ୍ଵତ ସମ୍ମାନ ରେ ସମ୍ମାନିତ ହେଲେ ସମ୍ବଲପୁର ର ଡ ପ୍ରଦୀପ କୁମାର ପଣ୍ଡା,ଚେତାବନୀ ଶିକ୍ଷା ସମ୍ମାନରେ ସମ୍ମାନିତ ହେଲେ ଡ଼ ସଞ୍ଜୟ କୁମାର ଶତପଥୀ,ଚେତାବନୀ ପ୍ରଜ୍ଞା ସମ୍ମାନ( କଥା ସାହିତ୍ୟ) ରେ କେନ୍ଦ୍ରାପଡ଼ା ର ଡ଼ ଯଶୋବନ୍ତ ସାମଲ,ଚେତାବନୀ ପ୍ରଜ୍ଞା ସମ୍ମାନ (କାବ୍ୟ କବିତା) ରେ କୋରାପୁଟ ର ଡ ପ୍ରିତୀଧାରା ସାମଲ, ଚେତାବନୀ ପ୍ରଜ୍ଞା ସମ୍ମାନ (ପ୍ରବନ୍ଧ ସାହିତ୍ୟ) ରେ କଳାହାଣ୍ଡି ର ପରମେଶ୍ବର ମୁଣ୍ଡ,କବି ଜ୍ୟୋତି ମିଶ୍ର ଯୁବ ପ୍ରତିଭା ସମ୍ମାନ ରେ ବଲାଙ୍ଗୀର ର ଶ୍ରୀମତୀ ମୁକୁଲ ମିଶ୍ର,କବି ପାର୍ଥ ବିଶି କିଶୋର ସାହିତ୍ୟ ସମ୍ମାନ ରେ ପାଟଣାଗଡ଼ ର ସୁଶ୍ରୀ ସବିତା ଭୋଇ,ସେହିପରି କବି ଲକ୍ଷ୍ମୀକାନ୍ତ ସାହା ସୃତି ସମ୍ମାନ ଲାଞ୍ଜିଗଡ ର ସୁଶିଲ କୁମାର ବାଗ ,ଚେତାବନୀ ସେବା ସମ୍ମାନ ରେ  ନର୍ଲା ର ପବିତ୍ର ଶବର ,ଓ ଚେତାବନୀ ସୁହୃଦ ସମ୍ମାନ ରେ ଡ଼ ସେନାପତି ପ୍ରଦ୍ୟୁମ୍ନ କେଶରୀ ପ୍ରମୁଖ ସମ୍ମାନିତ ହୋଇଥିବା ବେଳେ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଯୁବ ପୁରସ୍କାର ପ୍ରାପ୍ତ ଡିଲେଶ୍ୱର୍ ରଣା ଓ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତକଣ୍ଠ ଶିଳ୍ପୀ ବିରଞ୍ଚି ନାରାୟଣ ବାହିନୀପତି ଙ୍କୁ ଅନୁଷ୍ଠାନ ପକ୍ଷ ରୁ ସ୍ଵତନ୍ତ୍ର ସମ୍ବର୍ଦ୍ଧନୀ କରାଯାଇଥିଲା।ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ସାଂଗଠାନିକ ସମ୍ପାଦକ ଯାଜବେନ୍ଦ୍ର ସାହା,ସହ ସମ୍ପାଦକ ସଂଯୁକ୍ତା ପାଢ଼ୀ, କୋଷାଧ୍ୟକ୍ଷ ଡମ୍ବରୁଧର ଭୋଇ ,ରୁବୀ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ।