ହରଭଙ୍ଗା (ଚିତ୍ତ ରଞ୍ଜନ ସିଂ )ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବହୁ ପ୍ରତିକ୍ଷୀତ ସେବା ମହୋତ୍ସବ “ଦେବାରେ ଆନନ୍ଦ ” ବୁଧବାର ଦିନ ଉଦଯାପିତ ହୋଇଯାଇଛି l ସମ୍ବିଧାନ ର ଚତୃର୍ଥ ସ୍ତମ୍ଭ ର ଏକ ନିଆରା କାର୍ଯ୍ୟକ୍ରମ ହରଭଙ୍ଗା ବ୍ଲକ ର “ଜର୍ଣ୍ଣାଲିଷ୍ଟ ଆସୋସେସନ, ହରଭଙ୍ଗା “ଆନୁକୂଲ୍ୟରେ ଠିଡ଼ିକlଜୋର ଜଗନ୍ନାଥ ମନ୍ଦିର ପଡିଆରେ ୨ ଦିନ ବ୍ୟାପି ଏହି ପ୍ରଥମ ସେବା ମହୋତ୍ସବ ଅନୁଷ୍ଠିତ ହୋଇଥିଲା l

ଆଜି ଉଦଯାପନୀ ଦିବସରେ ସକାଳ ୧୦ ଘଣ୍ଟା ରେ ପୂଜାର୍ଚନା ଓ ସର୍ବ ଭାରତୀୟ ସାଧୁ ସନ୍ଥ ସମିଳନୀ ର ଖଣ୍ଡଗିରି ସାଧୁ ଓ ଅଂଚଳ ର ସାଧୁ ଙ୍କ ଦ୍ୱାରା ଭକ୍ତିମୟ ବାଣୀ, ବୃକ୍ଷ ରୋପଣ ସହିତ ମେଗା ସ୍ୱାସ୍ଥ୍ୟ ଶିବିର ଔଷଧ ବଣ୍ଟନ, ରକ୍ତଦାନ ଶିବିର, ଫିଜିଓ ଥେରାପି ଚିକିତ୍ସା, ବୃଦ୍ଧ ବୃଦ୍ଧା, ଅସହାୟ, ଭିନ୍ନକ୍ଷମ ଙ୍କୁ ଚିନ୍ହଟ କରି ବସ୍ତ୍ରଦାନ, ଅନ୍ନ ସେବା, ସାଧୁ ସନ୍ଥ ସେବା ସହିତ ସକାଳେ ମୁଖ୍ୟ ଅତିଥିଭାବେ ଉଦ୍ୟଗୀ ଯୁବ ଶିଳ୍ପପତି ଅଶୋକ ଅଗ୍ରୱାଲ ଓ ସମ୍ମାନିତ ଅତିଥି ଅବସର ପ୍ରାପ୍ତ କର୍ନେଲ ଶିଶିର ଘୋଷ, ବରିଷ୍ଠ ସାମ୍ବାଦିକ ସତ୍ୟଜିତ ପଣ୍ଡା, ଜର୍ଣ୍ଣାଲିଷ୍ଟ ଆସୋସେସନ ହରଭଙ୍ଗା ବ୍ଲକ ର ସଭାପତି ବନମାଳୀ ପ୍ରଧାନ, ବରିଷ୍ଠ ଉପଦେଷ୍ଟା ଚିତ୍ତ ରଞ୍ଜନ ସିଂ, ସେବା ମହୋତ୍ସବ ର ଆବାହକ ବିଭୁଦତ୍ତ ବୋଷ ଯୋଗ ଦେଇ ଥିଲେ l

ଆସୋସେସନ ର ଏଭଳି ନିଆରା କାର୍ଯ୍ୟକ୍ରମ “ପ୍ରଥମ ସେବା ମହୋତ୍ସବ “କୁ ନେଇ ମୁଖ୍ୟ ଅତିଥି ଭୁରି ଭୁରି ପ୍ରଶଂସା କରିଥିଲେ l ତତ ସହିତ ପ୍ରତି ମହତ ପୂର୍ଣ୍ଣ କାର୍ଯ୍ୟ, ପରୋପକାରୀ ଭାବେ ମଞ୍ଚ ରେ ଆସୋସେସନ ତରଫରୁ ରୁ ଯୁବ ଶିଳ୍ପ ପତି ଅଶୋକ କୁମାର ଅଗ୍ରୱାଲ ଙ୍କୁ ସେବା ସମ୍ମାନ ରେ ସମ୍ମାନିତ କରାଯାଇଥିଲା l ତତ ପରେ ମୁଖ୍ୟ ଅତିଥି ଓ ସାମ୍ନାନୀତ ଅତିଥି ମାନଙ୍କ ଦ୍ୱାରା ଅସହାୟ ଓ ଭିନ୍ନକ୍ଷମ ମାନଙ୍କୁ ବସ୍ତ୍ର ଦାନ କରାଯାଇଥିଲା l ବିଭିନ୍ନ କ୍ଷେତ୍ରରେ ମାନବ ରୁପି ଦେବତାଙ୍କୁ ସେବା କରି ଆସୁଥିବା NAC ଅଧକ୍ଷ ମୃତ୍ୟଞ୍ଜୟ ମିଶ୍ର, ସମାଜ ସେବିକା ଜୟଶ୍ରୀ ଧଳ,ସୁମନ ଷଡ଼ଙ୍ଗୀ,କର୍ନେଲ ଶିଶିର ଘୋଷ, ଓଡିଶା ଡ୍ରାଇଭର ମହାସଂଘ ହରଭଙ୍ଗା ବ୍ଲକ,ବିଭିନ୍ନ ବିଭାଗର ଡାକ୍ତର,ସମାଜସେବୀ ସୁବାସ ପ୍ରଧାନ,ଅଶୋକ ମିଶ୍ର, ଶୁଭ୍ରଜିତ ପ୍ରଧାନ,ସାଇ ଚାରିଟେବୁଲ ଟ୍ରଷ୍ଟ ଅଧକ୍ଷ ସଦାଶିବ ଦାସ,ସମାଜ ସେବି ସାଗର ପଟ୍ଟନାୟକ, ମାତାଦିନ ଅଗ୍ରୱାଲ, ସଜନ ଅଗ୍ରୱାଲ, ବିଭିନ୍ନ ସେବା ଅନୁଷ୍ଠାନ କୁ ସେବା ସମ୍ମାନ ରେ ସମ୍ମାନିତ କରାଯାଇଥିଲା l

ସନ୍ଧ୍ୟା ଅଂଚଳ ର ସ୍କୁଲ କଲେଜ, ଶିଶୁ ବିଦ୍ୟା ମନ୍ଦିର ଏବଂ ମା ମେଲୋଡି ସମ୍ବଲପୁର, ବିଶିଷ୍ଠ କଣ୍ଠ ଶିଳ୍ପୀ ଜୟଶ୍ରୀ ଧଳ ଙ୍କ ସୁମଧୁର ସଂଗୀତ ରେ ମହୋତ୍ସବ ପଡିଆ ମୁଖରିତ ହୋଇଥିଲାl ଜର୍ଣ୍ଣାଲିଷ୍ଟ ଆସୋସେସନ ହରଭଙ୍ଗା ର ଏଭଳି ନିଆରା କାର୍ଯ୍ୟକ୍ରମ କୁ ନେଇ ପ୍ରଶାସନିକ, ବୁଦ୍ଧି ଜିବି, ସମାଜ ସେବି, ସାଧୁ ସନ୍ଥ ଓ ଜିଲ୍ଲାବାସୀ ଭୁରି ଭୁରି ପ୍ରଶଂସା କରିଛନ୍ତି l

ଉଦଯାପନୀ ଦିବସର ସମସ୍ତ କାର୍ଯ୍ୟକ୍ରମ କୁ ପୁରୁଣାକଟକ ପୋଲିସ ପ୍ରଶାସନ, ଓଡିଶା ଡ୍ରାଇଭର ମହାସଂଘ ହରଭଙ୍ଗା ବ୍ଲକ,ବିଭିନ୍ନ ଅନୁଷ୍ଠାନ, ବରିଷ୍ଠ ନାଗରିକ ମଞ୍ଚ,ଙ୍କ ସମେତ ଜର୍ଣ୍ଣାଲିଷ୍ଟ ଆସୋସେସନ ହରଭଙ୍ଗା ବ୍ଲକ ର ସଭାପତି ବନମାଳୀ ପ୍ରଧାନ, ସମ୍ପାଦକ ଭାଗବତ ମେହେର,ବରିଷ୍ଠ ଉପଦେଷ୍ଟା ଚିତ୍ତ ରଞ୍ଜନ ସିଂ,ସୁକାନ୍ତ ପଟ୍ଟନାୟକ, କୁନା ବେହେରା, ନାରାୟଣ ଭୋକ୍ତା,ଉପ ସଭାପତି ଶାଶ୍ୱତ ଦାସ, ସହ ସମ୍ପାଦକ ସିମୁନ ନାଏକ,କୋଷାଧକ୍ଷ ବାସୁଦେବ ସାହୁ ମିଡ଼ିଆ ସଂଯୋଜକ ଧିରେନ ପ୍ରଧାନ,କାର୍ଯ୍ୟକାରିଣୀ ସଦସ୍ୟ ସୁଶାନ୍ତ କୁମାର ବେହେରା, କୁମୁଦ ଚନ୍ଦ୍ର ସାହୁ, ସଦାନନ୍ଦ ନାଏକ, ଅକ୍ଷୟ ମହାକୁଡ଼,ପ୍ରଭାତ ନାଏକ, ବିଜୟ ନାଏକ ପ୍ରମୁଖ ସଂପୂର୍ଣ୍ଣ ମାତ୍ରାରେ ସହଯୋଗ କରିଥିଲେ l