ବୌଦ୍ଧ ( ଚିତ୍ତରଞ୍ଜନ ସିଂହ )ମାନ୍ୟବର କେନ୍ଦ୍ର ସରକାରଙ୍କ ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗ ମନ୍ତ୍ରୀ ଶ୍ରୀ ଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଙ୍କ ବୌଦ୍ଧ ଜିଲ୍ଲା ଗସ୍ତରେ ଆସି ମନମୁଣ୍ଡା ପୂର୍ତ୍ତବିଭାଗ ଡାକବଙ୍ଗଳା ଠାରେ ବୌଦ୍ଧ ଜିଲ୍ଲା ର ବିଜେପି ନେତୃବୃନ୍ଦ ଙ୍କ ସହିତ ଏକ ବିଶେଷ ବୈଠକରେ ଆଲୋଚନା କରି ଥିଲେ। ବିଶେଷ କରି ଆଗାମୀ ଦିନରେ ଜିଲ୍ଲା ରେ ହେବାକୁ ଥିବା ବିଜେପି ର ବିଭିନ୍ନ ପ୍ରକାର କାର୍ଯ୍ୟ କ୍ରମ ର ଅଗ୍ରଗତି ସମ୍ପର୍କରେ ଜିଲ୍ଲା ବିଜେପି ସଭାପତି ଶ୍ରୀ ବିପ୍ର ଚରଣ ମହାନ୍ତି ଙ୍କ ଠାରୁ ପଚାରି ବୁଝି ବା ସହିତ ସେଠାରେ ଉପସ୍ଥିତ ଥିବା ରାଜ୍ୟ ବିଜେପି କାର୍ଯ୍ୟ କାରିଣୀ ସଦସ୍ୟ ଶ୍ରୀ କନେହିଁ ଚରଣ ଡ।ଙ୍ଗ ଙ୍କ ସହିତ କଣ୍ଟାମାଳ ବିଧାନସଭା ଅନ୍ତର୍ଗତ ସମସ୍ତ କାର୍ଯ୍ୟକ୍ରମ ଗୁଡିକୁ ପଚାରି ବୁଝି ଥିଲେ।

ଓ ଆଗାମୀ ଦିନରେ ଜିଲ୍ଲା କୁ ପୁଣି ଆଉ ଥରେ ଆସି ଗାଁ କୁ ଚାଲ ଅଭିଯାନ ରେ ଯୋଗ ଦେବା ପାଇଁ ପ୍ରସ୍ତାବ କୁ ଗ୍ରହଣ କରିଥିଲେ।ସମ୍ବଲପୁର ଠାରୁ ଗସ୍ତରେ ଆସି ଆଜି ସକାଳ ୧୦.୪୫ ମିନିଟ ସମୟରେ ମନମୁଣ୍ଡା ରେ ପହଞ୍ଚିବା ବେଳେ ତେଲ ନଦୀ ବୌଦ୍ଧ ଜିଲ୍ଲା ସୀମାରେ ବୌଦ୍ଧ ଜିଲ୍ଲା ବିଜେପି ତରଫରୁ ଉଛସିତ ସ୍ବାଗତ ସମ୍ବର୍ଦ୍ଧନାଦଳୀୟ କର୍ମୀମାନେ ପୁଷ୍ପ ଗୁଚ୍ଛ ସହିତ ଉପ ଢ଼ଉକନ ପ୍ରଦାନ କରିଥିଲେ।

ମନମୁଣ୍ଡ। ପୂର୍ତ୍ତବିଭାଗ ଡାକବଙ୍ଗଳା ଠାରେ ଦଳୀୟ ପଦାଧିକାରୀ ଙ୍କ ସହିତ ଆଲୋଚନା ପରେ ପଲଶାଗୁଡା ଠାରେ ଦଳୀୟ ପଦାଧିକାରୀ ଓ ଜନସାଧାରଣ ବୁଦ୍ଧିଜୀବୀ ମାନଙ୍କ ସହିତ ଏକ ବିଶେଷ ସମାବେଶ ରେ ଯୋଗଦାନ୍ କରିଥିଲେ ।

ଆଜିର ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ବିଜେପି ସଭାପତି ଶ୍ରୀ ବିପ୍ର ଚରଣ ମହାନ୍ତି ଙ୍କ ସହିତ ବହୁ ବିଜେପି କର୍ମକର୍ତ୍ତା ଓ ବୁଦ୍ଧିଜୀବୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ ସର୍ବଶ୍ରୀକନେହିଁ ଚରଣ ଡ଼ାଙ୍ଗ, ପ୍ରେମାନନ୍ଦ ମିଶ୍ର, ଶ୍ୟାମ ସୁନ୍ଦର ପୁରୋହିତ,ସୁଶାନ୍ତ କୁମାର ବାଘ , ରାକେଶ କୁମାର ତ୍ରିପାଠୀ , ଯୁଗଳ କିଶୋର ସାମଲ ,ଶ୍ରୀମତୀ ପଦ୍ମାଳୟା ପ୍ରଧାନ , ପୁଷ୍ପା ମହଲା , ନିରଞ୍ଜନ କର୍ଣ୍ଣ, ପିନାକ ରଣା, ପଞ୍ଚମନ ଜଗଦଳ।, ଯୀଶୁ ପ୍ରଧାନ ,ଡମ୍ବରୁ କିଂହର, ରାଜୀବ ଦେହୁରୀ,ତ୍ରିବିକ୍ରମ ମହାକୁଡ, ଶିବ ପ୍ରସାଦ ଚଉଳିଆ ,ସରୋଜ କର୍ଣ୍ଣ ,ପଙ୍କଜ ମହାକୁଡ , ତୋସିଦ ଡ଼।ଙ୍ଗ , ପଞ୍ଚାନନ ବେହେରା ,ଗୋଲେଖ ଭୁକ୍ତା ଙ୍କ ସହିତ ବହୁ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ l