ହରଭଙ୍ଗା ୪/୨ (ଚିତ୍ତରଞ୍ଜନ ସିଂ )ଚବିଶ ବର୍ଷ ର ବିଜେଡି ଶାସନ ରେ ଓଡିଶା ରେ ହୋଇଥିବା ବିକାଶ ର ଚିତ୍ର କୁ ପ୍ରତ୍ୟକ ଘରେ ପହଞ୍ଚେଇ ଲୋକ ମାନଙ୍କୁ ସଚେତନତା କରିବା ପାଇଁ ବିଜେଡି ଦଳର ନେତୃବୃନ୍ଦ ପ୍ରୟାସ ଆରମ୍ଭ କରିଥିବା ବେଳେ, ଆଜି ସଂକୁଲେଇ ପଞ୍ଚାୟତ ରେ ତାହା ଦେଖିବାକୁ ମିଳିଛି।ସୂଚନା ମତେ ଆଜି ସଂକୁଲେଇ ପଞ୍ଚାୟତ ରେ ବିଜେଡି ର ବରିଷ୍ଠ ନେତୃବୃନ୍ଦ ପ୍ରଚାର ଆରମ୍ଭ କରିବା ସହ ପଞ୍ଚାୟତ ର ପ୍ରତ୍ୟକ ଘରେ ଘରେ ଶଙ୍ଖ ଚି଼ହ୍ନ ର ପୋଷ୍ଟର ମାରିଥିଲେ।

ଉକ୍ତ ପ୍ରଚାର ପ୍ରସାର ରେ ବିଜେଡି ଜିଲ୍ଲା ପର୍ଯ୍ୟବେକ୍ଷକ ଚିତ୍ତ କର୍ଣ୍ଣ, ପୂର୍ବତନ ସମିତିସଭ୍ୟ ତଥା ବିଜେଡି ର ଟାଣୁଆ ନେତା ତ୍ରିବିକ୍ରମ ମହାକୁଡ଼, ଯୁବ ବିଜେଡି ନେତା ସତ୍ୟବାଦୀ ଚାଉଳିଆ, ହରଭଙ୍ଗା ବ୍ଲକ ର ବରିଷ୍ଠ ସାମ୍ବାଦିକ ଚିତ୍ତ ରଞ୍ଜନ ସିଂ, ଯୁବ ବିଜେଡି ନେତା ରାଜ କିଶୋର ପଲିଆ, ଙ୍କ ସହ ଅନେକ ବିଜେଡି ଦଳର ନେତୃବୃନ୍ଦ ଯୋଗଦେଇଥିଲେ। ସଂକୁଲେଇ ପଞ୍ଚାୟତ ର ପାଣିଘରା, ବୁଲୁରା, ରାଉତପଡା, ମଝିସାହି, ଶଙ୍କଡା, ବିସିପାଳି, ଆଦି ସାହି ରେ ଦୁଇଦିନ ଧରି ପ୍ରଚାର ପ୍ରସାର କରିବା ସହ ମାନ୍ୟବର ନବୀନ ପଟନାୟକ ଙ୍କ ବିଭିନ୍ନ ଉନ୍ନୟନ କାର୍ଯ୍ୟ ଉପରେ ଲୋକମାନଙ୍କୁ ବୁଝେଇ ଥିଲେ ଓ ସଚେତନତା କରିଥିଲେ।