ଧର୍ମଗଡ଼ : ୪/୨(ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଏନ୍ ଏ ସି ଠାରେ ରାଜ୍ୟ ପ୍ରଥମ ଵିଶ୍ଵ ଓଡିଆ ଭାଷା ସମ୍ଵିଳନୀ ୨୦୨୪ ଉଦ୍ଘାଟନ ହୋଇଯାଇଛି। ଏହି ଅବସରରେ ଧର୍ମଗଡ଼ ଏନ୍ ଏ ସି ର ତିନି ଜଣ ସାହିତ୍ୟିକ ଶ୍ରୀ ଯୁକ୍ତ ପ୍ରତାପ କିଶୋର ମୁଣ୍ଡ, ଶ୍ରୀ ଯୁକ୍ତ ଜନ୍ମେଜୟ ପାତ୍ର ଏଵଂ ଶ୍ରୀ ଯୁକ୍ତ ସତ୍ୟ ପଟ୍ଟନାୟକ ଙ୍କୁ ସମ୍ଵଦ୍ଧନା କରାଯାଇଥିଲା।

ନଗର ପାଳ ଅଶୋକ ମହାନ୍ତି ଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବରେ ଉପଜିଲ୍ଲାପାଳ ଧୀମାନ ଚକମା, ମୁଖ୍ୟ ବକ୍ତା ଭାବରେ ପ୍ରତାପ କିଶୋର ମୁଣ୍ଡ, ସମ୍ମାନୀତ ଅତିଥି ଭାବରେ ସତ୍ୟ ପଟ୍ଟନାୟକ, ଏନ୍ ଏ ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୟସେନ ଧାରୁଆ ଓ ଉପଧ୍ୟକ୍ଷା ମନିଷା ମିଶ୍ର ମୁଣ୍ଡ ଯୋଗ ଦେଇଥିଵା ବେଳେ ମଞ୍ଚ ପରିଚାନା କରିଥିଲେ ଧର୍ମଗଡ଼ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟାପକ ବଙ୍କିମ ଚନ୍ଦ୍ର ମୁଣ୍ଡ ଓ ଶିକ୍ଷକ ଜୟନ୍ତ ମୁଣ୍ଡ, ମଞ୍ଚ ପରିଚାନା କରିଥିବା ବେଳେ ଏନ୍ ଏ ସି ପରିସରରେ ହୋଇଥିବା କଵି ସମ୍ଵିଳନୀ ରେ ଯୋଗ ଦେଇଥିବା କଵି ମାନଙ୍କୁ ସମ୍ଵଦ୍ଧନା କରିବା ସହିତ ଵିଦ୍ୟାଳୟ ମାନଙ୍କ ମଧ୍ୟ ରେ ହେଇଥିବା ବିଭିନ୍ନ ପ୍ରତିଯୋଗିତା ରେ ଉତିର୍ଣ୍ଣ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ଙ୍କ ଦ୍ବାରା ପୁରସ୍କୃତ କରାଯାଇଥିବା ଵେଳେ ଉପସ୍ଥିତ ଥିବା ଅତିଥି ମାନଙ୍କୁ ଶାନ୍ତନୁ ପରିଡା ଧନ୍ୟବାଦ ଅର୍ପଣ କରିଥିଲେ। ଶୋଷ ରେ ବିଭିନ୍ନ ଶିକ୍ଷାନୁଷ୍ଠାନ ଛାତ୍ର ଛାତ୍ରୀ ଏଵଂ ବିଭିନ୍ନ ସାଂସ୍କୃତିକ ସଂଗଠନ ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।