ଢେଙ୍କାନାଳ: ୩୧/୧(ଶୁଭମ ପାଣି )ଜିଲ୍ଲା ଓଷ୍ଟା ସଂଘର କାର୍ଯ୍ୟାଳୟ ଠାରେ ଜିଲ୍ଲା କନ୍‌ଭେନ୍‌ସନ୍ ଗତ ବୁଧବାର ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ସଂଘର କାର୍ଯ୍ୟକାରୀ ସଭାପତି ପିତାମ୍ବର ଦାଶ ସଭାକାର୍ଯ୍ୟ ପରିଚାଳନା କରିଥିଳେ ଥିଲେ । ଜିଲ୍ଲାର ଆଠ ଗୋଟି ବ୍ଳକ୍‌ରୁ ବ୍ଲକ୍ ସଂଘର କର୍ମକର୍ତାଙ୍କ ସମେତ ଶତାକ ପ୍ରଧାନଶିକ୍ଷକ, ଶିକ୍ଷକ ଓ ଶିକ୍ଷାକର୍ମଚାରୀ ଯୋଗଦେଇଥିଲେ । ସରକାର ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଗୁଡିକର ଦାବି ପୁରଣ ଦିଗରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବାରୁ ସମଗ୍ର ଓଡିଶାର ଜିଲ୍ଲା ସ୍ତରରେ ଆସନ୍ତା ଫେବୃଆରୀ ୩ ଓ ୭ ତାରିଖରରେ ବିଧାନସଭା ସମ୍ମୁଖରେ ଏକ ବିରାଟ ଆନ୍ଦୋଳନ କରିବାକୁ ରାଜ୍ୟ ଓଷ୍ଟା ସଂଘ ଧାର୍ଯ୍ୟ କରିଛି।

ଆସନ୍ତା ଫେବୃଆରୀ ୩ ତାରିଖ ଦିନ ହେବାକୁ ଥୁବା ଢେ ଢଙ୍କାନାଳ ଜିଲ୍ଲାର ଓଷ୍ଟା ସଂଘର ମ୍ୟାଲି ସକାଳ ୧୧ ଘଟିକାରେ ବାଜିଚୌକ ଠାରୁ ବାହାରି ଜିଲ୍ଲା ଶିକ୍ଷାକାରୀଙ୍କ କାର୍ଯ୍ୟାଳୟ ଠାରେ ପହଁଚି ପହଁଚି ଜିଲ୍ଲା ଶିକ୍ଷାକାରୀଙ୍କୁ ଦାବି ପତ୍ର ପ୍ରଦାନ କରାଯିବ । ଜିଲ୍ଲା ସଂପାଦକ ବିଭୁତି ସାମଲ ସମସ୍ତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷକ ଓ କର୍ମଚାରୀ ଉଭୟ ଜିଲ୍ଲା ଓ ରାଜ୍ୟ ସ୍ତରର ଆନ୍ଦୋଳନରେ ନିଶ୍ଚିତ ରୂପେ ଯୋଗଦେବାକୁ ଆହ୍ୱାନ କରିଥିଲେ ।

ରାଜ୍ୟ ସଂଘର ଉପସଭାପତି ପ୍ରମୋଦ ସ୍ବାଇଁ ଶିକ୍ଷକ ଓ କର୍ମଚାରୀମାନଙ୍କର ନାର୍ଯ୍ୟ ଦାବୀ ତୁରନ୍ତ ପୁରଣ ନକଲେ ଭବିଷ୍ୟତରେ ସୃଷ୍ଟି ହେବାକୁ ଥ‌ିବା ଅପ୍ରୀତିକର ପରିସ୍ଥିତି ପାଇଁ ସରକାର ସମ୍ପୂର୍ଣ ଦାୟି ରହିବେ ବୋଲି ଚେତାବନୀ ଦେଇଥିଲେ । ବ୍ଲକ୍ ସମ୍ପାଦକ ତପନ ସାମଲ, ଗଜେନ୍ଦ୍ର ନାୟକ, ସୁରେଶ ପରିଡା, ଦିଲ୍ଲୀପ ସାହୁ ପ୍ରମୁଖ ଆନ୍ଦୋଳନକୁ ତୀବ୍ରତର କରିବାକୁ ମତ ପୋଷଣ କରିଥିଲେ । ଜିଲ୍ଲା ଯୁଗ୍ମ ସଂପାଦକ ସୁବାଷ ଚନ୍ଦ୍ର ସାହୁ ଅନୁଷ୍ଠିତ ସଭାକୁ ସରସ ସୁନ୍ଦର ଭାବେ ପରିଚାଳନା କରିଥିଲେ । ବ୍ଲକ୍ ଯୁଗ୍ମ ସଂପାଦକ ଅଶ୍ବିନୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।