ନବରଙ୍ଗପୁର : (ବେଣୁ ଗୋପାଳ ରାଓ )ଆଙ୍କର – ୬ ଦଫା ଦାବି ନେଇ ନବରଙ୍ଗପୁର ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ତରଫରୁ ନବରଙ୍ଗପୁର ଜିଲ୍ଲା ବନ୍ଦ ପାଳନ କରାଯାଇଛି ।ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଶୁଭଜିତ ପାଣିଗ୍ରାହୀଙ୍କ ନେତୃତ୍ୱରେ ବିଜେପି କାର୍ଯ୍ୟକର୍ତା ମାନେ ସହରର ବିଭିନ୍ନ ଛକ ମାନଙ୍କରେ ରାସ୍ତା ଅବରୋଧ କରିଛନ୍ତି । ମୁଖ୍ୟତଃ ସହରର ଚାଉଁରିଆଗୁଡା ଛକ ମାଝୀଗୁଡା ଛକ ଠାରେ ବିଜେପି କାର୍ଯ୍ୟକର୍ତା ମାନେ ସହର ମଧ୍ୟ ଦେଇ ଯାଇଥିବା ୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି ।

ଫଳରେ ଉକ୍ତ ରାସ୍ତା ଯାନବାହନ ଚଳାଚଳ ବାଧା ପ୍ରାପ୍ତ ହୋଇଛି । ରାସ୍ତାର ଉଭୟ ପାର୍ଶ୍ଵରେ ଦୂରଦୂରାନ୍ତରୁ ଆସୁଥିବା ଗାଡି ଗୁଡିକ ଅଟକି ରହିଛି।ଦୋକାନ ବଜାର ସବୁ ବନ୍ଦ ରହିଛି,ନବରଙ୍ଗପୁର,ଜୟପୁର ଓ ନବରଂଗପୁର ଜୁନାଗଡ଼ ରେଳ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ଅର୍ଥ ବ୍ୟୟବରାଦ କରୁଥିଲେ ମଧ୍ୟ ରାଜ୍ୟ ସରକାର ଙ୍କ ତରଫରୁ ଜମି ଗ୍ରହଣ ରେ ଅହେତୁକ ଅନଭାବ ସହ ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ନିଯୁକ୍ତି ପ୍ରକ୍ରିୟା ରାଜ୍ୟ ଭିତ୍ତିକ ନିଯୁକ୍ତି ନକରି ଜିଲ୍ଲାର ଭିତ୍ତିକ ନିଯୁକ୍ତି ଦାବି ,ଜିଲ୍ଲାର ଦୁଇଟି ପୁରାତନ ମହାବିଦ୍ୟାଳୟ ନବରଙ୍ଗପୁର ମହାବିଦ୍ୟାଳୟ ଓ ଉମରକୋଟ ସ୍ଥିତ ପେଣ୍ଡରାଣି ମହବବିଦ୍ୟାଳୟ କୁ ସରକାରୀ ମାନ୍ୟତା ପ୍ରଦାନ କରିବା ଦାବି ,ଉମରକୋଟ ଠାରେ ପ୍ରସ୍ତାବିତ ୫୦୦ କୋଟି ଟଙ୍କା ବ୍ୟୟ ମୂଲ୍ୟ ର ଇଥନାଲ ପ୍ରୋଜେକ୍ଟ ପାଇଁ ଜମି ଅଧିଗ୍ରହଣ, ଜିଲ୍ଲାର ମେଡ଼ିକାଲ ମାନଙ୍କରେ ଡକ୍ଟର ଓ ବିଶେଷଜ୍ଞ ଡକ୍ଟର ନିଯୁକ୍ତି ଦାବି ସହ ଜିଲ୍ଲାର ଉମରକୋଟ କୁ ସବଡିଭିଜନ ଦାବି ନେଇ ଏହି ବନ୍ଦ ପାଳନ କରାଯାଉଛି ବୋଲି ଦର୍ଶାଇଛନ୍ତି ନବରଙ୍ଗପୁର ବିଜେପି ପ୍ରାର୍ଥୀ ଗୌରୀ ମାଝୀ ।

ଖୁବ ଶୀଘ୍ର ଦାବି ପୂରଣ ନ ହେଲେ ଭବିଷ୍ୟତ ରେ ସଚିବାଳୟ ସମ୍ମୁଖରେ ପ୍ରତିବାଦ ର ଧାରଣା ଦିଆଯିବ ବୋଲି କହିଛନ୍ତି ବିଜେପି ନେତା କାଁହୁ ଦାଶ । ଆଜିର ଏହି ନବରଙ୍ଗପୁର ଜିଲ୍ଲା ବନ୍ଦ ପାଳନ ଯୋଗୁଁ ଗାଡ଼ି ଗୁଡ଼ାକ ଅଚଳ ଓ ଦୋକାନ ବଜାର ବନ୍ଦ ହୋଇ ଯାଇଛି ଫଳରେ ଯାତ୍ରୀମାନେ ନାହିଁନଥିବା ଅସୁବିଧା ଦେଖିବାକୁ ମିଳିଛି.