ବେଳଗୁଣ୍ଠା : (ସୁଶାନ୍ତ କୁମାର ବେହେରା ) ଜଗନ୍ନାଥପ୍ରସାଦ ବ୍ଲକ ଅତରାଇପଲ୍ଲୀ ଗ୍ରାମରେ ଶ୍ରୀରାଧା କୃଷ୍ଣ ମନ୍ଦିର ପ୍ରତିଷ୍ଠା ଓ ବିଗ୍ରହ ସ୍ଥାପନ ଉପଲକ୍ଷେ ଗତ ପାଞ୍ଚ ଦିନ ଧରି ବିଭିନ୍ନ ପ୍ରକାର ଆଧ୍ୟତ୍ମିକ କାର୍ଯ୍ୟକ୍ରମ ସହିତ ନାମଯଜ୍ଞ, ଘୃତଯଜ୍ଞ, ଅନ୍ନଯଜ୍ଞ ଆୟୋଜିତ କରାଯାଇଥିଲା । ଠାକୁର ଦର୍ଶନ ପାଇଁ ବିଭିନ୍ନ ଗ୍ରାମରୁ ହଜାର ସଂଖ୍ୟାରେ ଶ୍ରଢାଳୁଙ୍କ ପ୍ରତିଦିନ ସମାଗମ ଦେଖିବାକୁ ମିଳିଥିଲା ।

ମିନାବଜାର ସହିତ ବିଭିନ୍ନ ଖେଳ, ବିସ୍ତୀର୍ଣ୍ଣ ଅଞ୍ଚଳରେ ସଜ୍ଜିତ ଭାବେ ରହିଥିଲା । ଲୋକଙ୍କ ଭିଡ଼ କୁ ଦେଖି ନିକଟ ବିଭିନ୍ନ ଗ୍ରାମରୁ ସ୍ବେଛାସେବୀ ଯୁବକ ମାନଙ୍କୁ ନିୟୋଜିତ କରାଯାଇଥିଲା । ଶେଷ ଦିନରେ ରାଧାକୃଷ୍ଣ ଙ୍କ ନଗର ଭ୍ରମଣ ସହିତ ମନ୍ଦିର ପ୍ରବେଶ ଉତ୍ସବ କାଯ୍ୟକ୍ରମ କରାଯାଇଥିଲା ।

ଅତରାଇପଲ୍ଲୀ ସମେତ ପ୍ରତାପୁର, ଲଣ୍ଡେଇହିଲ, ତୁଳସୀପଲ୍ଲୀ, ତାଂବିରି ର ନାମ ସଂକୀର୍ତିନ ଅଂଶ ଗ୍ରହଣ କରିଥିଲେ । ପୂର୍ଣ୍ଣଚନ୍ଦ୍ର ମହାପାତ୍ର କର୍ତା ଭାବେ ସମସ୍ତ କାର୍ଯ୍ୟ ପରିଚାଳନା କରିଥିବା ବେଳେ ଅତରାଇପଲ୍ଲୀ ଓ ମାଟିକାନି ଗ୍ରାମବାସୀ ଙ୍କ ସମ୍ପୂର୍ଣ୍ଣ ସହଯୋଗରେ କାର୍ଯ୍ୟକ୍ରମ ସୁଚାରୁ ରୁପେ ସମ୍ପର୍ଣ୍ଣ ହୋଇଛି ।