ହରଭଙ୍ଗା (ଚିତ୍ତରଞ୍ଜନ ସିଂ)ଦ୍ବିତୀୟ ହରଭଙ୍ଗା ଲୋକ ମହୋତ୍ସବ ଦ୍ୱିତୀୟ ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି!ଆଜିର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ଯୋଗଦାନ କରିଥିଲେ!ଅନ୍ୟତମ ଅତିଥିଭାବେ କଣ୍ଟାମାଳ ପୂର୍ବତନ ବିଧାୟକ ଭଗବାନ କହଁର, ସ୍ଥାନୀୟ ସରପଞ୍ଚ ଶକୁନ୍ତଳା ବେହେରା, ହରଭଙ୍ଗା କଲେଜ ଅଧକ୍ଷ ହିମାଂଶୁ ଶେଖର ରାଉତ,ଛତ୍ରଙ୍ଗ ସରପଞ୍ଚ ବିନୋଦିନୀ ପ୍ରଧାନ,ମହୋତ୍ସବ କମିଟି ଉପଦେଷ୍ଟା ପ୍ରଦୀପ କୁମାର ସାହୁ,ସଭାପତି ସୁବୋଧ କୁମାର ପ୍ରଧାନ, ସମ୍ପାଦକ ସରୋଜ କୁମାର ଭୋକ୍ତା ପ୍ରମୁଖ ଯୋଗଦାନ କରିଥିଲେ।

ନଟରାଜ କଳାମନ୍ଦିର ଫୁଲବାଣୀ ପକ୍ଷରୁ ଓଡିଶୀ ନୃତ୍ୟ ପରିବେଶଣ ହୋଇଥିଲା!ପରେ ପରେ ବ୍ୟଙ୍ଗ କବି ଜ୍ଞାନ ହୋତାଙ୍କ ହାସ୍ୟରେ ଦର୍ଶକ ବିଭୋର ହୋଇଥିଲେ!ଶରଣାବିନ୍ଦ ଏବଂ ସିନେ ଅଭିନେତ୍ରୀ ଶୋଭା ରାଉତଙ୍କ ନାଚ ଗୀତରେ ଶୀତୁଆ ରାତିରେ ଦର୍ଶକ ଭରପୁର ମଜା ଉଠେଇଥିଲେ!

ବିଭିନ୍ନ ପଞ୍ଚାୟତର ସରପଞ୍ଚଙ୍କୁ ମଞ୍ଚରେ ସମ୍ବର୍ଦ୍ଧିତ କରାଯାଇଥିଲା!ମିନାବଜାର ସହିତ ଚଟ ପଟି ଖାଦ୍ୟ ଷ୍ଟଲରେ ବେଶ ଭିଡ଼ ଜମିଥିଲା! ସଂଜୀବ କୁମାର ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ମହୋତ୍ସବ କମିଟିର ସମସ୍ତ କର୍ମକର୍ତା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ!