ତୁରେକେଲା ବ୍ୟୁରୋ: ( ନରେନ୍ଦ୍ର ନେଗୀ)ଏସଡିସି ଉପାଧ୍ୟକ୍ଷ ନିରୁପମା ମାଝି ଙ୍କ ନେତୃତ୍ୱରେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରେ ଥିବା ତୁରେକେଲା ବ୍ଲକ ବଡ଼ବାଙ୍କୀ, କନ୍ଦେଇ ପଞ୍ଚାୟତରେ ଥିବା ସମସ୍ତ ଗାଁକୁ ଯାଇ ବଲାଙ୍ଗୀର ଜିଲ୍ଲା ସ୍ଵତନ୍ତ୍ର ଉନ୍ନୟନ ପରିଷଦର ଉପାଧ୍ୟକ୍ଷ ନିରୁପମା ମାଝି ଶଙ୍ଖ ଜନସମ୍ପର୍କ ପଦଯାତ୍ରା ଆରମ୍ଭ କରିଛନ୍ତି।

ଦୁଇ ପଞ୍ଚାୟତରେ ଥିବା ସମସ୍ତ ଗ୍ରାମରେ ପଦଯାତ୍ରା କରି ଲୋକଙ୍କ ଘରକୁ ଘର ଯାଇ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଲୋକଙ୍କୁ ଅବଗତ କରାଇବା ସହିତ ଆଗାମୀ ନିର୍ବାଚନରେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀକୁ ବିପୁଳ ଭୋଟରେ ବିଜୟୀ କରିବା ପାଇଁ ନିବେଦନ କରିଥିଲେ । ଏହି ଶଙ୍ଖ ଜନସମ୍ପର୍କ ପଦଯାତ୍ରା ଏକ ଅଭିନବ ଉପାୟରେ କରାଯାଇଥିଲା ।

ଏହି ପଦଯାତ୍ରାରେ ଗ୍ରାମର ଶତାଧିକ ମହିଳା ଏବଂ ଜନ ସାଧାରଣ ଯୋଗଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଜେଡି ବ୍ଲକ ସଭାପତି ଆଶାଦୂଲ୍ଲା ଖାଁ, ଯୁବ ବିଜେଡି ନେତା ଗିରି ରାଜ ସିଂ ମାଝି, ବିଜେଡି ନେତ୍ରୀ ପିଙ୍କି ଖର୍ସେଲ, ଶ୍ରୀଧର ଭୋଇ, ଦୈତାରି ଭୋଇ, ବିଟୁ ସାଙ୍ଘା ପ୍ରମୁଖ ଉପସ୍ଥିତ ଥିଲେ। ଏହି ସମ୍ପର୍କ ପଦଯାତ୍ରା ରେ ଜିଲ୍ଲା ସ୍ଵତନ୍ତ୍ର ଉନ୍ନୟନ ପରିଷଦର ଉପାଧ୍ୟକ୍ଷ ନିରୁପମା ମାଝି ଙ୍କ ପ୍ରତି ଜନସାଧାରଣ ଙ୍କ ବିପୁଳ ସମର୍ଥନ ଦେଖିବାକୁ ମିଳିଥିଲା ।