ହରଭଙ୍ଗା (ଚିତ୍ତରଞ୍ଜନ ସିଂ)ହରଭଙ୍ଗା ବ୍ଲକ ମହାଳିକ ପଡ଼ା ପଞ୍ଚାୟତ ର ଭାବପୂର୍ ଗ୍ରାମରେ ରନ୍ଧା ଦେଶୀ ମଦ କାରବାର ହେଉଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇ ଆଜି ସକାଳ ଆଠ ଟା ସମୟରେ ହରଭଙ୍ଗା ଅବକାରୀ ବିଭାଗ ଇନିକ୍ସପେକ୍ଟର ସାଗରିକା ପ୍ରଧାନ ରାଜ କିଶୋର କହଁର, ବିଜୟ କୁମାର ବାଘ୍, ଲୋକନାଥ ଭୋଇ, ସୁଜିତ୍ ସାହୁ ଙ୍କ ଏକ ଟିମ୍ ଭାବପୂର୍ ଗ୍ରାମର ମାମି ପ୍ରଧାନ ଘରେ ଚଢ଼ାଉ କରି ସାତ ଲିଟର ଦେଶୀ ରନ୍ଧା ମହୁଲି ଜବତ କରି ଥିଲା ।ମଦ ଜବଦ କୁ ନେଇ ଗ୍ରାମର ଶତାଧିକ ମହିଳା ପୁରୁଷ ମିଶି ଅବକାରୀ ଗାଡ଼ିକୁ ରାସ୍ତାରେ କାଠ ଗଣ୍ଡୀ ରଖି ଅଟକାଇ ମଦ ଫେରାଇ ବାକୁ ଅଡ଼ି ବସିବାରୁ ଅବକାରୀ ଅଧିକାରୀ ରୋକ୍ ଠୋକ୍ ମନା କରିଥିଲେ l

ଫଳରେ ଗ୍ରାମବାସୀ ଓ ଅବକାରୀ ବିଭାଗ ମଧ୍ୟରେ ପାଟି ତୁଣ୍ଡ ହୋଇଥିଲା ଓ ଶେଷରେ ହରଭଙ୍ଗା ପୋଲିସ ର ସାହାରା ନେଇ ଥିଲେ ଅବକାରୀ ବିଭାଗ । ହରଭଙ୍ଗା ପୋଲିସ ଆସୁଥିବା ଜାଣିବା ପରେ ଛତ୍ରଭଙ୍ଗ ଦେଇ ଥିଲେ ଗ୍ରାମବାସୀ । ରାସ୍ତା ଅବରୋଧ କରିଥିବା ଗ୍ରାମର ଉମେଶ ପାତ୍ର, କାନ୍ଦ୍ରୁ ପ୍ରଧାନ ଭାଗିରଥି ପୋଢ଼, ଅଭିମନ୍ୟୁ ପ୍ରଧାନ, ମାନସ ଟାମକିଆ, ମାମି ପ୍ରଧାନ, ପର୍ସୁ ପ୍ରଧାନ ଙ୍କ ନାମରେ ହରଭଙ୍ଗା ଥାନାରେ୧୪ /୨୪   ରେ ଏକ ମାମଲା ରୁଜୁ କରାଯାଇଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି l