ସୁବର୍ଣ୍ଣପୁର: (ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ବୀମହାରାଜପୁର ବ୍ଲକ ଗୋଧନେଶ୍ୱର୍ ଠାରେ ହେବାକୁ ଥିବା ଅନ୍ତଃ ନଦୀ ଜଲାଶୟ ପାଇଁ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ଭିଡିଓ କନ୍ଫେରେନ୍ସ ଜରିଆରେ ପ୍ରାୟ ୧୦୨୫ କୋଟି ଟଙ୍କା ବ୍ୟୟ ଅଟକଳରେ ତିଆରି ହେବ ଏହି ଇନ ଷ୍ଟ୍ରୀମ ଷ୍ଟୋରେଜ ସିଷ୍ଟମ । ଏହାଦ୍ବାରା ଉଭୟ ବୌଦ ଓ ସୁବର୍ଣ୍ଣପୁର ଜିଲ୍ଲାର ବହୁ ଚାଷୀ ଉପକୃତ ହେବେ ।

ଏମାନଙ୍କ ସହ ସ୍ଥାନୀୟ ମତ୍ସ୍ୟ ଚାଷୀ, ପାନୀୟ ଜଳର ସୁବ୍ୟବସ୍ଥା ଓ ଭୂତଳ ଜଳ ସଂରକ୍ଷଣରେ ସୁବିଧା ହେବ ବୋଲି କହିଛନ୍ତି ସ୍ଥାନୀୟ ଚାଷୀ । ଏହି ବହୁ ପ୍ରତିକ୍ଷିତ ପ୍ରକଳ୍ପର ଆଜି ସିଲାନ୍ୟାସ ହୋଇଥିବା ଯୋଗୁଁ ବହୁ ଲୋକ ଉପକୃତ ହେବା ସହ ପର୍ଯ୍ୟଟନର ସୁବିଧା ହେବ ବୋଲି କହିଛନ୍ତି ସ୍ଥାନୀୟ ବିଧାୟକ ।