ଧର୍ମଗଡ଼ :  ( ହେମନ୍ତ କୁମାର ମାଝୀ)ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବସେବା ବିଭାଗ ଦ୍ୱାରା “ବିଶ୍ବ ଓଡ଼ିଆ ସମ୍ମିଳନୀ ” ଓ ଜଗନ୍ନାଥ ପ୍ରଚାର ଓ ପ୍ରଚାର ପରିପେକ୍ଷୀରେ ନୂଆଁ -ଓ ଯୋଜନା ଅନ୍ତର୍ଗତ ସାହିତ୍ୟ ପ୍ରତିଯୋଗୀତା କାର୍ଯ୍ୟକ୍ରମ ଧର୍ମଗଡ଼ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଅଧ୍ୟକ୍ଷା, ଶ୍ରୀମତୀ ପ୍ରିୟମ୍ବଦା ଚାନ୍ଦ ଙ୍କ ଦ୍ୱାରା ଉଦଘାଟିତ ହୋଇଯାଇ ଅଛି l

ଏହି ଅବସରରେ ଶ୍ରୀ ଲିଙ୍ଗରାଜ ପାତ୍ର, ବରିଷ୍ଠ ଇଂରା଼ଜୀ ଅଧ୍ୟାପକ, ପଂଚାୟତ ମହାବିଦ୍ୟାଳୟ, ଧର୍ମଗଡ଼ ମୁଖ୍ୟ ଅଥିତି ଭାବରେ ଯୋଗଦାନ ପୂର୍ବକ ଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ର ବିଭିନ୍ନ ଦିଗ ଉପରେ ଆଲୋକ ପାତ କରି ଥିଲେ l

ଅଧ୍ୟାପକ ବଙ୍କିମ ମୁଣ୍ଡ ମଞ୍ଚ ପରିଚାଳନା କରିଥିବା ବେଳେ ଅଧ୍ୟାପକ ସଂଜୀବ ମୁଣ୍ଡ ସ୍ୱାଗତ ଭାଷଣ ପ୍ରଦାନ ପୂର୍ବକ ଶେଷରେ ଧନ୍ୟବାଦ ଅର୍ପଣ କରି ଥିଲେ l ପରେ ଅଧ୍ୟାପିକା ଶ୍ରୀମତୀ ମମତା ତ୍ରିପାଠୀ ଙ୍କ ତତ୍ୱାବଧାନରେ ଛାତ୍ରୀ ମାନଙ୍କ ମଧ୍ୟରେ ଆଜି ପ୍ରବନ୍ଧ, କବିତା ପଠନ ଓ ହସ୍ତାକ୍ଷର ଲିଖନ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଥିଲା l