ହରଭଙ୍ଗା: ( ଚିତ୍ତରଞ୍ଜନ ସିଂହ ) ଆଜି ସନ୍ଧ୍ୟା ୫  ଘଟିକା ସମୟରେ ବିଦ୍ୟାଳୟ ପରିସରରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ବୌଦ୍ଧଭାବେ ନୃସିଂହ ଚରଣ ସ୍ୱାଇଁ, ସମ୍ମାନିତ ଅତିଥି ଅଧ୍ୟକ୍ଷ ବିଜ୍ଞାପିତ ଅଞ୍ଚଳ ପରିଷଦ ମୃତ୍ୟୁଞ୍ଜୟ ମିଶ୍ର, ସଭାପତି ଭାବେ ଅଧ୍ୟକ୍ଷ କେନ୍ଦ୍ରୀୟ ବିଦ୍ୟାଳୟ ସନକ ମେହେର, କାର୍ଯ୍ୟକ୍ରମ କୋ-ଅଡିନେଟର ଭାବେ ରାଜଲଷ୍ମୀ ବିଶ୍ୱାଳ ଯୋଗ ଦେଇ ଛାତ୍ର ଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ l

ଅଧ୍ୟକ୍ଷ କେନ୍ଦ୍ରୀୟ ବିଦ୍ୟାଳୟ ସନକ ମେହେର ସ୍ୱାଗତ ଭାଷଣ, ଅତିଥି ପରିଚୟ ପ୍ରଦାନ ଏବଂ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ l ଜିଲ୍ଲାପାଳ ଶ୍ରୀ ସ୍ୱାଇଁ ତାଙ୍କ ଅଭିଭାଷଣ ରେ ମାଁ ବାପା ଛୁଆଙ୍କୁ ସମୟ ଦେବା ସହିତ ଉତ୍ତମ ଶିକ୍ଷା, ସଂସ୍କାର, ନୀତିଶିକ୍ଷା ଦେଇ ଭଲ ମଣିଷଟିଏ କରି ଗଢିବା ପାଇଁ ପରାମର୍ଶ ଦେଇଥିଲେ l ମଞ୍ଚ ପରିଚାଳନା ବିଦ୍ୟାଳୟର ଶିକ୍ଷକ ପ୍ରଦୀପ କୁମାର ପଣ୍ଡା ଏବଂ ଶିକ୍ଷୟତ୍ରୀ ଜୟନ୍ତୀ କର୍ଣ୍ଣ ଏବଂ ବିଦ୍ୟାଳୟର ଛାତ୍ର ଛାତ୍ରୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l

ପରେ ପରେ ବିଦ୍ୟାଳୟ ଛାତ୍ର ଛାତ୍ରୀଙ୍କ ଦ୍ୱାରା ସ୍ୱାଗତ ସଂଗୀତ ପରିବେଷଣ,ନୃତ୍ୟ ଶିକ୍ଷକ ପ୍ରଶାନ୍ତ ଭାଇନା ଙ୍କ ନିର୍ଦେଶନା ରେ ସାଂସ୍କୃତିକ କାର୍ଯ୍ୟକ୍ରମ, ଯୋଗ ଶିକ୍ଷୟତ୍ରୀ ସୁନିତା ଦାଶ ଙ୍କ ଦ୍ୱାରା ଯୋଗ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ l ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ର ଛାତ୍ରୀ ଉଲ୍ଲେଖନୀୟ କୃତିତ୍ୱ ହାସଲ କରିଥିବା ଶିକ୍ଷକ ଶିକ୍ଷୟତ୍ରୀ ଛାତ୍ର ଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l

ସାଂସ୍କୃତିକ କାର୍ଯ୍ୟକ୍ରମ ଗୀତା, ଭାଗବତ, ମହାଭାରତ, ଦେଶାତ୍ମବୋଧକ, ପ୍ଲାଷ୍ଟିକ ମୁକ୍ତ ସନ୍ଦେଶ, ଯୋଗ, ପୋଷଣ, ମୋବାଇଲର ବହୁଳ ବ୍ୟବହାର ମଣିଷକୁ ବିପଦଗାମୀ କରାଏ ବିଷୟରେ କାର୍ଯ୍ୟକ୍ରମ ପର୍ଯ୍ୟବେଷିତ ହୋଇଥିଲା l ଏହି ସମାରୋହରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀ,ଛାତ୍ର ଛାତ୍ରୀ, ଅଭିଭାବକ ସହଯୋଗ କରିଥିଲେ l ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ରାଜଲଷ୍ମୀ ବିଶ୍ୱାଳ ଧନ୍ୟବାଦ ଅର୍ପଣ ପରେ କାର୍ଯ୍ୟକ୍ରମ ଶେଷ ହୋଇଥିଲା l